ପଞ୍ଚମ ଦିନରେ ଆନ୍ନାଙ୍କ ଅନଶନ

ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମଇଦାନରେ ଗାନ୍ଧୀବାଦୀ ନେତା ଆନ୍ନା ହଜାରେଙ୍କ ଆମରଣ ଅନଶନକୁ ୫ଦିନ ପୂରିଥିବା ବେଳେ ଏ ଯାଏ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିଶ୍ରୁତି ମିଳିପାରିନାହିଁ। ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀ ଗିରୀଶ ମହାଜନ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସହ ଆନ୍ନାଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିବା ସତ୍ତ୍ୱେ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିନଥିବା ଜଣାପଡ଼ିଛି। ଏହି ୬ ଦିନର ଅନଶନ ମଧ୍ୟରେ ଆନ୍ନାଙ୍କ ଓଜନ ୬କିଲୋ ହ୍ରାସ ପାଇଥିବା ବେଳେ ଡାକ୍ତରୀ ଦଳ ନିୟମିତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର