କୃଷକଙ୍କ ସମର୍ଥନରେ ଶେଷ ଆନ୍ଦୋଳନ କରିବେ ଆନ୍ନା

ନୂଆଦିଲ୍ଲୀ : ସାମାଜିକ କର୍ମୀ ଆନ୍ନା ହଜାରେ ଆସନ୍ତା ମାସରେ ତାଙ୍କର ‘ଶେଷ ଆନ୍ଦୋଳନ’ ତଥା ଅନାହାର ଅନଶନ କରିବେ ବୋଲି କହିଛନ୍ତି। ଯଦି ମୋଦୀ ସରକାର କୃଷକଙ୍କ ଦାବି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନନିଅନ୍ତି ତେବେ ଜାନୁଆରି ୨୦୨୧ରେ ଆନ୍ନା ତାଙ୍କ ଶେଷ ଅନଶନ କରିବେ। ଆନ୍ନା ତାଙ୍କର ଏହି ନିଷ୍ପତ୍ତି ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅବଗତ କରିସାରିଛନ୍ତି। ସାମାଜିକ କର୍ମୀ ଆନ୍ନା ଗତ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦକୁ ସମର୍ଥନ କରି ଉପବାସ ଅନସନ କରିଥିଲେ। ମାସେରୁ ଊର୍ଦ୍ଧ୍ବ ସମୟ ଧରି ପଂଜାବ, ହରିୟାଣାରୁ କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରି ଆସୁଥିବାବେଳେ ସେମାନଙ୍କ ଦାବି ପୂରଣ ହୋଇପାରୁନି। ଆନ୍ନା କହିଛନ୍ତି, ଯଦି ସଠିକ୍‌ ସମୟରେ କୃଷକଙ୍କ ଦାବି ପୂରଣ ନହୁଏ ତେବେ ସେ ଜାନୁଆରି ୨୦୨୧ରେ ଆମରଣ ଅନଶନ ଆରମ୍ଭ କରିବେ।

ସମ୍ବନ୍ଧିତ ଖବର