ନୂଆଦିଲ୍ଲୀ: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ୍ ପଟେଲ ଆଜି ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଭୋପାଳର ରାଜ ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହେମନ୍ତ ଗୁପ୍ତା ଆଜି ଆନନ୍ଦୀବେନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କୁ ସ୍ୱାଗତ କରିଥିଲେ। ୨୦୧୪ ମସିହାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଆନନ୍ଦୀବେନ୍ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ୨୦୧୬ ମସିହା ଅଗଷ୍ଟ ମାସରେ ସେ ତାଙ୍କ ପଦରୁ ଇସ୍ତଫା ଦେବାପରେ ବିଜୟ ରୁପାନି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ରାଜ୍ୟପାଳ ଭାବେ ଶପଥ ନେଲେ ଆନନ୍ଦୀବେନ୍
/sambad/media/post_attachments/wp-content/uploads/2018/01/Anandiben-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)