ଆଉ ୧୪୫ ଜିଲ୍ଲା କୋଭିଡ୍‌ ହଟ୍‌ସ୍ପଟ୍‌ ଚିହ୍ନଟ, ୧୨ ରାଜ୍ୟରେ ଦ୍ରୁତ ସଂକ୍ରମଣ

ନୂଆଦିଲ୍ଲୀ: ଏବେ ଦେଶରେ ୧୨ଟି ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଏ ସବୁ ରାଜ୍ୟରେ ସଂକ୍ରମଣ ରୋକିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ କେନ୍ଦ୍ର ସରକାର ୧୪୫ଟି ନୂଆ ଜିଲ୍ଲାକୁ କୋଭିଡ-୧୯ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ କରିଛନ୍ତି। କ୍ୟାବିନେଟ୍‌ ସଚିବ ରାଜୀବ ଗୌବା କହିଛନ୍ତି ଯେ ପୂର୍ବ ଭାରତରେ ଏବେ ସଂକ୍ରମଣ ଯେଭଳି ହାରରେ ବଢ଼ୁଛି ତାହା ଆଗକୁ ସବଡ଼ ହଟ୍‌ସ୍ପଟ ପାଲଟିବା ସମ୍ଭାବନା ରହିଛି। ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକରୁ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ପରେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ଅଚାନକ ବଢ଼ିଯାଇଛି। ପୂର୍ବ ଭାରତରେ ବିହାର, ପଶ୍ଚିମବଂଗ ଏବଂ ଓଡ଼ିଶା ସମେତ ୧୨ଟି ରାଜ୍ୟରେ ୧୦ ମେ’ରୁ ୨୫ ମେ ପର୍ଯ୍ୟନ୍ତ ଦ୍ରୁତ ଗତିରେ ସଂକ୍ରମଣ ବଢ଼ିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ଭଳି ବଡ଼ ରାଜ୍ୟରେ ସଂକ୍ରମଣ ହାର ଅଧିକ ରହିଛି। ଭାରତରେ ୧୩ ମେ ପର୍ଯ୍ୟନ୍ତ ୭୫ ହଜାର ମାମଲା ରହିଥିଲା ଏବଂ ଅଚାନକ ଏଥିରେ ବୃଦ୍ଧି ଘଟିଥିଲା। ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ଯୋଗୁଁ ଯେଉଁ ରାଜ୍ୟମାନଙ୍କରେ ଅଧିକ ସମସ୍ୟା ସୃଷ୍ଟି ହୋଇଛି ତାହା ହେଲା ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର ଏବଂ ଓଡ଼ିଶା।

ସମ୍ବନ୍ଧିତ ଖବର