ଭାରତରେ ଆସିବାକୁ ଯାଉଛି ଆଉ ଏକ କୋଭିଡ୍‌-୧୯ ଟିକା ! ସୂଚନା ଦେଲେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମୁଖ୍ୟ ଅଦର ପୁନାୱାଲା

ନୂଆଦିଲ୍ଲୀ: ଭାରତରେ ପୂର୍ବରୁ କୋଭାକ୍ସିନ୍‌ ଓ କୋଭିସିଲ୍ଡ୍‌ ଟିକା ବାହାରି ସାରିଛି। ଏହି ଟିକା ବାହାରିବା ପରେ ଟିକାକରଣ ସାରା ଦେଶରେ ଜାରି ରହିଛି। ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ଅଦର ପୁନାୱାଲା ଘୋଷଣା କରିଛନ୍ତି ଯେ କମ୍ପାନି ଚଳିତବର୍ଷ ଜୁନ୍‌ ମାସରେ ଦ୍ବିତୀୟ କରୋନା ଭାଇରସ୍‌ ଟିକା ବାହାର କରିବାକୁ ଯାଉଛି। ଏହି ଖବର ଦେଶବାସୀଙ୍କୁ ଆହୁରି ଆଶ୍ବସ୍ତ କରିଛି।

ଏହାକୁ ଅନୁମୋଦନ ମିଳିଲେ ଏହା ହେବ ଭାରତର ତୃତୀୟ କୋଭିଡ୍‌-୧୯ ଟିକା। ପୁନାୱାଲା ଏକ ଟ୍ବିଟ୍‌ କରି ‌ଲେଖିଛନ୍ତି କି ‘ନୋଭାଭାକ୍ସ ସହ ହୋଇଥିବା ଆମର ସହଭାଗିତା ଚୁକ୍ତି ଉତ୍ତମ ଫଳ ପ୍ରଦାନ କରିଛି। ଆମେ ଭାରତରେ ଏହାର ଟ୍ରାଏଲ୍‌ ପାଇଁ ଆବେଦନ କରିଛୁ। ଆଶା କି ଏହା ୨୦୨୧ ଜୁନ୍‌ ମାସ ସୁଦ୍ଧା ଏହା ବ୍ୟବହାର ଲାଗି ଉପଲବ୍ଧ‌ ହେବ।’

 

ସମ୍ବନ୍ଧିତ ଖବର