ନୂଆଦିଲ୍ଲୀ : ମହାରାଷ୍ଟ୍ରରେ କ୍ଷମତା ହରାଇବାପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପରେ ଏବେ ନିଜ ଦଳର ସାଂସଦ ବି ଚାପ ପକାଇଲେଣି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାପାଇଁ ଶିବସେନା ସାଂସଦମାନେ ଦାବି କରୁଛନ୍ତି। ଶିବସେନା ସାଂସଦ ରାହୁଲ ସେୱାଲେ ଠାକରେଙ୍କ ପାଖକୁ ଏକ ଚିଠି ଲେଖି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାପାଇଁ କହିଛନ୍ତି। ଚିଠିରେ ରାହୁଲ ବାଲାସାହେବଙ୍କ ଉଦାହରଣ ଦେଇଛନ୍ତି। ବାଲାସାହେବ ଯେଭଳି ତତ୍କାଳୀନ ୟୁପିଏ ପ୍ରାର୍ଥୀ ପ୍ରତିଭା ପାଟିଲଙ୍କୁ ସମର୍ଥନ କରିଥିଲେ, ଠାକରେ ବି ସେମିତି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ହେବ ବୋଲି ସେ କହିଛନ୍ତି । ତେବେ ଏଭଳି ପତ୍ର ମିଳିବା ପରେ ଉଦ୍ଧବ ଠାକ୍ରେ ସାଂସଦଙ୍କ ଦ୍ବାରା ବିଦ୍ରୋହ ଆଶଙ୍କା କରି ଲୋକସଭାରେ ଦଳର ମୁଖ୍ୟ ସଚେତକ ପଦରୁ ଭାବନା ଗୱାଲିଙ୍କୁ ହଟାଇ ତାଙ୍କ ସ୍ଥାନରେ ରାଜନ ବିଚାରେଙ୍କୁ ନିଯୁକ୍ତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ମମତା କରିଥିବା ବୈଠକରେ ଶିବସେନା ସାମିଲ ହୋଇଥିଲା ଏବଂ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ସହମତି ପ୍ରକାଶ କରିଥିଲା। ଏବେ ସାଂସଦଙ୍କ ବିରୋଧ ପରେ ଠାକ୍ରେଙ୍କ ଅଡ଼ୁଆ ବଢ଼ିଯାଇଛି। ଶିବସେନାର ଏବେ ଲୋକସଭାରେ ୧୮ ଏବଂ ରାଜ୍ୟସଭାରେ ୩ ସାଂସଦ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିପାରନ୍ତି।
ଶିବସେନାରେ ଆଉ ଏକ ବିଭାଜନ ଆଶଙ୍କା: ଶିବସେନା ସାଂସଦଙ୍କ ଦାବି, ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କର
ମୁଖ୍ୟ ସଚେତକଙ୍କୁ ହଟାଇଲେ ଠାକ୍ରେ
/sambad/media/post_attachments/wp-content/uploads/2020/02/shiv-sena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)