ହାଇଦ୍ରାବାଦ୍ : ବୁଧବାର ଦିନ କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ଜାଗାନ୍ପେଟ୍ରେ ମାଲବାହୀ ଟ୍ରେନ୍ ଉପରେ ଚଢ଼ି ସେଲଫି ଉଠାଉଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି୧୫ ବର୍ଷ ନାବାଳକର ମୃତ୍ୟୁ ଘଟିଛି। ଟ୍ରେନ୍ ଉପରେ ଚଢ଼ିବା ମତ୍ରେ ସେ ହାଇଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା, ଯାହା ଫଳରେ ବାଣ ଭଳି ଫୁଟିବା ଶବ୍ଦ ହୋଇଥିଲା। ଘଟଣାସ୍ଥଳକୁ ରେଳକର୍ମଚାରୀ ଆସି ତାଙ୍କୁ ଉଦ୍ଧାର କରିଥିଲେ ହେଁ ତାଙ୍କର ୯୫ ପ୍ରତିଶତ ଶରୀର ପୋଡ଼ି ଯାଇଥିଲା । ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା।
/sambad/media/post_attachments/wp-content/uploads/2018/06/andhra_pradesh_train_selfie_1527770025_725x725-300x247.jpg)
ଜାଗାନ୍ପେଟ୍ର ପୁଲିସ୍ ସବ୍ଇନ୍ସ୍ପେକ୍ଟର ଶ୍ରୀହରିଙ୍କ ଅନୁଯାୟୀ , ମୃତକଙ୍କ ନାମ ପାଗଦଲା ରାମସାଇ ଏବଂ ସେ ଦଶମ ଶ୍ରେଣୀ ପାସ୍ କରି କଲେଜ୍ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ବୁଧବାର ଦିନ ସେ ତାଙ୍କ କିଛି ସାଙ୍ଗଙ୍କ ସହ ରେଳ ଷ୍ଟେସନ୍ ବୁଲିବା ପାଇଁ ଯାଇଥିଲେ। ସେମାନେ ତାଙ୍କ ସ୍ମାର୍ଟଫୋନ୍ରେ ଫଟୋ ଉଠାଇବା ସମୟରେ ହଠାତ୍ ରାମସାଇଙ୍କ ମୁଣ୍ଡରେ ଷ୍ଟେସନ୍ରେ ଠିଆ ହୋଇଥିବା ମାଲବାହୀ ଟ୍ରେନ୍ ଉପରେ ଚଢ଼ି ସେଲ୍ଫି ନେବା ଆଇଡ଼ିଆ ଆସିଥିଲା । ସେ ଟ୍ରେନ୍ ଉପରକୁ ଚଢ଼ିବା ମାତ୍ରେ ହାଇଭୋଲ୍ଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ସେଠାରେ ଖୁବ୍ ଜୋର୍ରେ ଶବ୍ଦ ହୋଇଥିଲା ଯାହା ଶୁଣି ରେଳ କର୍ମଚାରୀ ଆସିବା ସହ ନିଆଁ ଜଲୁଥିବାର ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ରାମସାଇଙ୍କୁ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନାକୁ ନେଇଥିଲେ। ପରେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବିଜଓ୍ଵାଡ଼ା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାର ୫ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।