ଢାକା : ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଭାରତ ସମେତ ସାରା ବିଶ୍ବର ହିନ୍ଦୁ ସମୁଦାୟ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ବାଂଲାଦେଶ ତାହାକୁ ଭୂକ୍ଷେପ କରୁନାହିଁ । ଆଜି ବାଂଲାଦେଶରେ ଆଉ ଜଣେ ଇସ୍କନ ସାଧୁଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ଶ୍ୟାମ ଦାସ ପ୍ରଭୁ ବୋଲି ଜଣାପଡ଼ିଛି । ସେ ଜେଲରେ ଥିବା ଚିନ୍ମୟ ଦାସଙ୍କୁ ଭେଟିବାକୁ ଯାଇଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା। 

Advertisment

ଶ୍ୟାମ ଦାସ ପ୍ରଭୁଙ୍କୁ ବିନା ସରକାରୀ ୱାରେଣ୍ଟରେ ଗିରଫ କରାଯାଇଛି। କୋଲକାତାର ଇସ୍କନର ଉପାଧ୍ୟକ୍ଷ ତଥା ମୁଖପାତ୍ର ରାଧାରମଣ ଦାସ ମଧ୍ୟ ଏକ୍ସ (ପୂର୍ବ ଟ୍ୱିଟର)ରେ ପୂଜାରୀଙ୍କ ଗିରଫଦାରୀ ବିଷୟରେ ପୋଷ୍ଟ କରି କହିଛନ୍ତି: "ଶ୍ୟାମ ଦାସ ପ୍ରଭୁ ନାମକ ଆଉ ଜଣେ ବ୍ରହ୍ମଚାରୀଙ୍କୁ ଆଜି ଚଟ୍ଟଗ୍ରାମ ପୁଲିସ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଶ୍ୟାମ ଦାସ ପ୍ରଭୁଙ୍କୁ ବିନା ସରକାରୀ ୱାରେଣ୍ଟରେ ଗିରଫ କରାଯାଇଛି। କୋଲକାତାର ଇସ୍କନର ଉପାଧ୍ୟକ୍ଷ ତଥା ମୁଖପାତ୍ର ରାଧାରମଣ ଦାସ ମଧ୍ୟ ଏକ୍ସ (ପୂର୍ବ ଟ୍ୱିଟର)ରେ ପୂଜାରୀଙ୍କ ଗିରଫଦାରୀ ବିଷୟରେ ପୋଷ୍ଟ କରି କହିଛନ୍ତି: "ଶ୍ୟାମ ଦାସ ପ୍ରଭୁ ନାମକ ଆଉ ଜଣେ ବ୍ରହ୍ମଚାରୀଙ୍କୁ ଆଜି ଚଟ୍ଟଗ୍ରାମ ପୁଲିସ ଗିରଫ କରିଛି।

ସେପଟେ ଚଟ୍ଟଗ୍ରାମରେ ଶୁକ୍ରବାର ୩ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ବନ୍ଦର ସହରର ହରିଶ ଚନ୍ଦ୍ର ମୁନ୍ସେଫ୍ ଲେନରେ ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ଶାନ୍ତନେଶ୍ୱରୀ ମା' ମନ୍ଦିର, ନିକଟସ୍ଥ ଶନି ମନ୍ଦିର ଓ ଶାନ୍ତନେଶ୍ୱରୀ କାଳୀବାରି ମନ୍ଦିରକୁ ଟାର୍ଗେଟ୍ କରାଯାଇଥିଲା।