କୋଲକାତା: ଦକ୍ଷିଣ କୋଲକାତାର ଆଇନ କଲେଜରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ସମଗ୍ର ପଶ୍ଚିମବଙ୍ଗରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବାର କିଛି ଦିନ ପରେ, ଅନୁଷ୍ଠାନର ଆଉ ଜଣେ ଛାତ୍ରୀ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି। ଛାତ୍ରୀ ଜଣକ କହିଛନ୍ତି କି ଦୁଇ ବର୍ଷ ପୂର୍ବେ ମନୋଜିତ୍ ତାଙ୍କୁ ଦୁଷ୍କର୍ମ କରିଥିବା ଏବଂ ପରିଣାମ ଭୋଗିବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି।
ଇଣ୍ଡିଆ ଟୁଡେ ଟିଭି ସହିତ ସ୍ୱତନ୍ତ୍ର ଭାବରେ କଥାବାର୍ତ୍ତା କରି, ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ ନେତା ମିଶ୍ର ଏକ କଲେଜ ଟ୍ରିପ୍ ସମୟରେ ଫସାଇବା ସହ ଧମକ ଦେଇଥିଲେ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ପ୍ରାୟ ୧୫ ଜଣ ଛାତ୍ରୀ ତାଙ୍କ କୁଦୃଷ୍ଟିର ଶିକାର ହୋଇଥିଲେ।
ଉଲ୍ଲେଖଯୋଗ୍ୟ, କୋଲକାତାରେ ଗତବର୍ଷ ଅଗଷ୍ଟରେ ଘଟିଥିବା ଏକ ଘଟଣା ପାଇଁ ସାରା ଦେଶର ମୁଣ୍ଡ ବିଶ୍ବ ଦରବାରରେ ନଇଁ ଯାଇଥିଲା। ଜଣେ ଟ୍ରେନି ଡାକ୍ତରଙ୍କୁ ହସ୍ପିଟାଲ ଭିତରେ ଦୁଷ୍କର୍ମ କରାଯାଇ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ମାସ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା। ଅଭିଯୁକ୍ତ ଗିରଫ ହେବା ପରେ ସରକାର ମହିଳାଙ୍କ ସୁରକ୍ଷା ପ୍ରତି ସଜାଗ ହେବେ ବୋଲି ଆଶା କରୁଥିଲେ ରାଜ୍ୟବାସୀ। ହେଲେ ଏହି ଘଟଣାକୁ ବର୍ଷେ ନପୁରୁଣୁ ଏବେ ପୁଣି ଜଣେ ମହିଳା ଦେହର ଭୋକ ମେଣ୍ଟାଇବାକୁ ଚାହୁଁଥିବା ପୁରୁଷର ଶିକାର ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/01/873f3324-6ffa-4fe0-97aa-f0c6bf6b71a9-1-2025-07-01-19-21-43.jpg)