ମୁମ୍ବାଇ: ଗତ ମାସରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇବା ଅଭିଯୋଗରେ ମୁମ୍ବାଇ ପୁଲିସ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟଙ୍କୁ ଗିରଫ କରିଛି।
ଅଭିଯୁକ୍ତ ଜଣକ ହରିଆଣାର ଫତେହାବାଦ ନିବାସୀ ହରପାଲ ସିଂ (୩୪) ବୋଲି ସୋମବାର ସନ୍ଧ୍ୟାରେ ତାଙ୍କ ସହରରୁ ଗିରଫ କରିଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏକ ଟିମର ଜଣେ ଅଧିକାରୀ କହିଛନ୍ତି। ସିଂଙ୍କୁ ମଙ୍ଗଳବାର ସକାଳେ ମୁମ୍ବାଇ ଅଣାଯାଇଥିଲା ଏବଂ ଦିନକ ପରେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି।
ଗୁଳି ବିନିମୟ ଘଟଣାରେ ଏହା ହେଉଛି ଷଷ୍ଠ ଗିରଫ। ପୂର୍ବରୁ ସଲ୍ମାନଙ୍କ ଘର ଆଗରେ ଗୁଳିକାଣ୍ଡ ଘଟଣାରେ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇସାରିଛି। ଏପ୍ରିଲ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟରେ ସଲମାନ ଖାନଙ୍କ ବାସଭବନ ବାହାରେ ଦୁଇଜଣ ମୋଟରସାଇକେଲ ଯୋଗେ ଗୁଳି ଚଳାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ଚଳିତ ମାସ ଆରମ୍ଭରେ ଗିରଫ ହୋଇଥିବା ବିଷ୍ନୋଇ ଗ୍ୟାଙ୍ଗର ଅନ୍ୟ ଜଣେ ଅଭିଯୁକ୍ତ ମହମ୍ମଦ ରାଫିକ୍ ଚୌଧୁରୀଙ୍କୁ ପଚରାଉଚରା ବେଳେ ସେ ସିଂଙ୍କ ନାମ ନେଇଥିଲେ ବୋଲି ଅଧିକାରୀ କହିଛନ୍ତି।
ସିଂ ଚୌଧୁରୀଙ୍କୁ ସଲ୍ମାନଙ୍କ ବାସଭବନରେ ଏକ ଏପରି କରିବାକୁ କହିଥିଲେ ଏବଂ ତାଙ୍କୁ ୨-୩ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ବୋଲି ମଧ୍ୟ ଲୋଭ ଦେଖାଇଥିଲେ। ଗୁଜୁରାଟର ଅହମ୍ମଦାବାଦର ସାବରମତି କେନ୍ଦ୍ରୀୟ କାରାଗାରରେ ଲରେନ୍ସ ବିଷ୍ନୋଇ ଏବଂ ଆମେରିକା କିମ୍ବା କାନାଡାରେ ଥିବା ତାଙ୍କ ସାନଭାଇ ଅନମୋଲ ବିଷ୍ନୋଇଙ୍କ ନାମ ଏହି ଗୁଳି ବିନିମୟରେ ନାମିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Untitled-62.jpg)