ମୁମ୍ବାଇ: ୨୦୧୪ ଅଗଷ୍ଟ ୩ ତାରିଖ। ଆଇଏସ୍ ଆତଙ୍କବାଦୀମାନେ ହଠାତ୍ ଇରାକୀ କୁର୍ଦିସ୍ତାନର କୋଚୋ ଗ୍ରାମରେ ଧସେଇ ପଶିଲେ। ଅନେକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ। ହଜାର ହଜାର ୟାଜିଦିଙ୍କୁ ଦାସ ବନାଇଲେ। ଏହି ସମୟରେ ୨୬ ବର୍ଷୀୟା ଲୈଲା ତାଲୋ ଖୁଦର ଅଲାଲୀ ନିଜ ସ୍ବାମୀ ଓ ଦୁଇ ପିଲାଙ୍କ ସହିତ ସ୍ଥାନ ଛାଡ଼ି ପଳାଇବାରେ ସଫଳ େହାଇଥିଲେ। ଆତଙ୍କବାଦୀଙ୍କ କବଳରୁ ଖସିଯାଇଥିବାରୁ ଲୈଲା ଆଶ୍ବସ୍ତ ହୋଇଥିଲେ। ପ୍ରାୟ ୧୯ ଜଣ ଖସି ପଳାଇବାରେ ସମର୍ଥ ହୋଇଥିଲେ। କିନ୍ତୁ ପରଦିନ ସକାଳେ ସମସ୍ତେ ଆଇଏସ୍ ଦ୍ବାରା ଧରାପଡ଼ିଥିଲେ। ଏହି ସମୟରେ ଲୈଲାଙ୍କ ମାଆ, ୬ ଭାଇଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ ଏବଂ ଲୈଲାଙ୍କୁ ଯୌନଦାସୀ ବନାଇ ସାଙ୍ଗରେ ନେଇଯାଇଥିଲେ।
ନିଜ ପରିବାର ଲୋକଙ୍କ ସହ ହସଖୁସିରେ ରହୁଥିବା ଲୈଲାଙ୍କ ଜୀବନକୁ ହଠାତ୍ ଏଭଳି ଅନ୍ଧାର ମାଡ଼ିଆସିବ ବୋଲି ସେ ଭାବିନଥିଲେ। ପରିବାର ଲୋକଙ୍କୁ ତାଙ୍କ ଆଖି ସାମ୍ନାରେ ହତ୍ୟା କରାଯିବା ଯୋଗୁ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। କିନ୍ତୁ ଏତିକିରେ ତାଙ୍କ ଦୁଃଖ ସରିନଥିଲା। ୨ ବର୍ଷ ୮ ମାସ ଓ ୬ ଦିନ ଧରି ଦୁଃଖ ତାଙ୍କ ପିଛା ଛାଡ଼ିନଥିଲା। ଯୌନଦାସୀ ହେବା ପରଠାରୁ ଆଇଏସ୍ ଆତଙ୍କବାଦୀମାନେ ତାଙ୍କୁ ଲଗାତର ଦୁଷ୍କର୍ମ କରୁଥିଲେ। ବାରମ୍ବାର ଦୁଷ୍କର୍ମ କରି ମନବୁଝିବା ପରେ ସେମାନେ ଅନ୍ୟ ଲୋକଙ୍କୁ ବିକ୍ରି କରିଦେଉଥିଲେ। ପୁଣି ବିକ୍ରି ହୋଇ ଆଇଏସ୍ କବଳରେ ପଡୁଥିଲେ। ସୀମା ଅଞ୍ଚଳରେ ତାଙ୍କୁ ୯ ଥର ବିକ୍ରି କରାଯାଇଥିଲା। ବାରମ୍ବାର ନୂଆ ନୂଆ ଲୋକ ତାଙ୍କୁ ଦୁଷ୍କର୍ମ କରୁଥିଲେ। କିନ୍ତୁ କେତେ ଜଣ ଲୋକ ତାଙ୍କୁ ଦୁଷ୍କର୍ମ କରିଛନ୍ତି, ତାହାର ହିସାବ ନାହିଁ ବୋଲି କୁହନ୍ତି ଲୈଲା। େତବେ ଗତବର୍ଷ ସେ ଖସିଯିବାରେ ସମର୍ଥ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷର ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ନଦିୟା ମୁରାଦ୍ ମଧ୍ୟ ଆଇଏସ୍ ଆତଙ୍କବାଦୀଙ୍କ ଯୌନଦାସୀ ଭାବେ ୩ ମାସ ଧରି ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୨୦୧୪ରେ ତାଙ୍କୁ ମୋସୁଲ୍ରେ ଆତଙ୍କବାଦୀମାନେ ୩ ମାସ ଧରି ଦୁଷ୍କର୍ମ କରିଥିଲେ। ଏହାପରେ କୌଶଳକ୍ରମେ ଖସିଆସିଥିଲେ। ତେବେ ନିଜ ଉପରେ ହୋଇଥିବା ଅତ୍ୟାଚାରରେ ଭାଙ୍ଗିନପଡ଼ି ଇରାକ୍ର ଅନ୍ୟ ୟାଜିଦି ମହିଳାଙ୍କ ପାଇଁ ସ୍ବର ଉଠାଇଥିଲେ। ଫଳରେ ବିଶ୍ବରେ ତାଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ନଦିୟା ଓ ଲୈଲାଙ୍କ ଭଳି ଅନେକ ୟାଜିଦି ମହିଳା ଆତଙ୍କବାଦୀଙ୍କ ଯୌନଦାସୀ ଭାବେ ଏବେ ବି ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି। ନିକଟରେ ମୁମ୍ବାଇରେ ହାର୍ମୋନି ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲୈଲାଙ୍କୁ ପୁରସ୍କୃତ ତଥା ସମ୍ମାନିତ କରାଯାଇଛି।
ଆଉ ଜଣେ ନଦିୟା ମୁରାଦ୍:୨ ବର୍ଷ ୮ ମାସ ଧରି ଗଣଦୁଷ୍କର୍ମ
ଆଇଏସ୍ ଆତଙ୍କବାଦୀଙ୍କ ବର୍ବର କାଣ୍ଡ
/sambad/media/post_attachments/wp-content/uploads/2018/10/Laila-Talo-Khuder-Alali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)