ଚୀନ୍‌ରେ ପୁଣି ଏକ ନୂଆ ଭାଇରସ୍‌ ଚିହ୍ନଟ

ବେଜିଂ: ସମଗ୍ର ବିଶ୍ବ ଏବେ କରୋନା ମହାମାରୀ ସହ ଲଢ଼ୁ୍‌ଥିବା ବେଳେ କରୋନା ଚିକିତ୍ସା ପାଇଁ କୌଣସି ଟିକା ବାହାରି ପାରିନାହିଁ। କରୋନା ମହାମାରୀର ଉତ୍ପତ୍ତିସ୍ଥଳକୁ ନେଇ ଏବେ ବି ବିବାଦ ଲାଗିରହିଛି। ଏଭଳି ସ୍ଥିତିରେ ଚୀନ୍‌ରେ ପୁଣି ଆଉ ଏକ ନୂଆ ଭାଇରସ୍‌ ଚିହ୍ନଟ ହୋଇଛି। ଏହି ଭାଇରସ୍‌ ଏବେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇଲାଣି। ନୂଆ ଭାଇରସ୍‌ ବି ପୁଣି ଏକ ମହାମାରୀରେ ପରିଣତ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଘୁଷୁରିମାନଙ୍କଠାରୁ ଏହି ଭାଇରସ୍‌ ଆସିଥିବା ବେଳେ ଏହା ମଣିଷଙ୍କୁ ବି ସଂକ୍ରମିତ ‌କରିପାରେ। ଏହାଦ୍ବାରା ମଣିଷଙ୍କଠାରୁ ମଣିଷଙ୍କୁ ବି ସଂକ୍ରମଣ ବ୍ୟାପିକ। ଏକ ଆମେରିକୀୟ ପତ୍ରିକାରେ ପ୍ରକାଶ ପାଇଥିବା ଏକ ଗ‌ବେଷଣା ପତ୍ରରେ ଏହା କୁହାଯାଇଛି ଯେ, ଏହି ନୂଆ ଭାଇରସ୍‌ ସ୍ବାଇନ୍‌ ଫ୍ଲୁ ଭାଇରସ୍‌ ସହ ସମାନ। ୨୦୦୯ରେ ଆରମ୍ଭ ହୋଇଥିବା ସ୍ବାଇନ୍‌ ଫ୍ଲୁ ଭାଇରସ୍‌ର ନାମ ଥିଲା ଏ/ଏଚ୍‌ୱାନ୍‌ଏନ୍‌ୱାନ୍‌ ପିଜିଏମ୍‌୦୯। ଅନ୍ୟପକ୍ଷେ ସୃଷ୍ଟି ହୋଇଥିବା ନୂଆ ଭାଇରସ୍‌ର ନାମ ରହିଛି ଜି-୪ ଇଏ- ଏଚ୍‌ୱାନ୍‌ଏନ୍‌ୱାନ୍‌ । ସ୍ବାଇନ୍‌ଫ୍ଲୁ ପରି ଏହି ଭାଇରସ୍‌ ସମାନ, କିନ୍ତୁ ଏହା ଆଦୌ ଏକା ପ୍ରକାର ନୁହେଁ। ଏହା ସ୍ବାଇନ୍‌ଫ୍ଲୁଠାରୁ ଅଧିକ ଭୟଙ୍କର। ଏହା ମଧ୍ୟ ଆଉ ଏକ ମହାମାରୀରେ ପରିଣତ ହୋଇପାରେ। ଏକ ନୂଆ ଭାଇରସ୍‌ ସହ ଲଢ଼ିବାପାଇଁ ଲୋକମାନଙ୍କ ଶରୀରରେ ଆଉ ରୋଗ ପ୍ରତିରୋଧକ ଶକ୍ତି ନାହିଁ। ତେଣୁ ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞ ଏନେଇ ଅଧିକ ସଚେତନ କରାଇଦେଇଛନ୍ତି।

ସମ୍ବନ୍ଧିତ ଖବର