ପାକିସ୍ତାନର ଅନ୍ୟ ଏକ ଡ୍ରୋନ୍‌କୁ ଗୁଳି କରି ତଳକୁ ଖସାଇଲା ସୀମା ସୁରକ୍ଷା ବଳ

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ଲାଗି ରହିଥିବା ବେଳେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଅନ୍ୟ ଏକ ଡ୍ରୋନ୍‌କୁ ଗୁଳି କରି ତଳକୁ ଖସାଇ ଦେଇଛି। ଜାଣିବାକୁ ମିଳିଛି ଯେ ଡ୍ରୋନ୍‌ରୁ ପାକିସ୍ତାନରୁ ପଞ୍ଜାବ ଅମୃତସରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ବିଏସ୍‌ଏଫ୍‌ ତାହାକୁ ଗୁଳି କରିଥିଲା।

ଦୁଇ ଦିନ ତଳେ ଏହିପରି ଏକ ସମାନ ଘଟଣା ଘଟିଥିବା ବେଳେ ପୁଣି ସେପରି ଘଟଣାର ପୁନରାବୃତ୍ତି ହୋଇଛି। ଚାହାରପୁର ଗ୍ରାମ ନିକଟରେ ଡ୍ରୋନ୍‌ଟି ଭାରତୀ ସୀମାକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ବାହିନୀଙ୍କ ଦୃଷ୍ଟିରେ ପଡ଼ିବା ପରେ ଯବାନମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ପାକିସ୍ତାନୀମାନଙ୍କର ଅନ୍ୟ ଏକ ଉଦ୍ୟମକୁ ଭାରତୀୟ ଯବାନ ପଣ୍ଡ କରିଥିବା ଅଧିକାରୀ ସୂତ୍ରରୁ ଖବର ମିଳିଛି।

ସୀମାରେ ନିୟୋଜିତ ହୋଇଥିବା ବିଏସ୍‌ଏଫ୍‌ ଯବାନ ପାକିସ୍ତାନରୁ ପଞ୍ଜାବ ଅମୃତସରର ଚାହାରପୁର ଗ୍ରାମକୁ ଡ୍ରୋନ୍‌ଟି ପଶିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ପାଇଥିଲେ। ତାପରେ ସେମାନେ ଡ୍ରୋନ୍‌ ଉପରକୁ ଗୁଳି ଚାଳନା କରିଥିଲେ। ତାପରେ ଯବାନଙ୍କୁ ବୁଲେଟ୍‌ ଗୁଳି ଡ୍ରୋନ୍‌ରେ ବାଜିଥିଲା ଓ ଡ୍ରୋନ୍‌ଟି ତଳେ ଖସି ପଡ଼ିଥିଲା।

ତାପରେ ସେହି ଅଞ୍ଚଳଟିକୁ ଘେରାବନ୍ଦୀ କରାଯିବା ସହ ପୁଲିସ୍‌ ଓ ଅନ୍ୟ ଏଜେନ୍ସିଗୁଡ଼ିକ ତୁରନ୍ତ ସକ୍ରିୟ ହୋଇ ପଡ଼ିଛନ୍ତି। ପ୍ରାଥମିକ ସର୍ଚ୍ଚ ଅପରେସନରୁ ଭାଙ୍ଗି ରୁଜି ଯାଇଥିବା ଏକ ହେକ୍ସାକପ୍ଟର ଉଦ୍ଧାର ହୋଇଛି।

ନିକଟରେ ନଭେମ୍ବର ୨୬ ତାରିଖରେ ସୀମା ସୁରକ୍ଷା ବଳ ଏକ ପାକିସ୍ତାନୀ ଡ୍ରୋନ୍କୁ ଗୁଳି କରି ଖସାଇଥିଲା।

ସମ୍ବନ୍ଧିତ ଖବର