ଆଉ ଜଣେ ବାନ୍ଧବୀଙ୍କ ସହ ପାର୍ଥଙ୍କ ଫଟୋ ଭାଇରାଲ

କୋଲକାତା : ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଚଞ୍ଚଲ୍ୟ ସୃଷ୍ଟିକାରୀ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ପାର୍ଥଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋଟି ଏକ ଗହଣା ଦୋକାନରେ ଉଠାଯାଇଛି। ଜଣେ ମହିଳା ଅଳଙ୍କାର କିଣିବାକୁ ପାର୍ଥଙ୍କ ସହ ଆସିଛନ୍ତି ଗହଣା ଦୋକାନକୁ। ପାର୍ଥ ଚାଟାର୍ଜୀ ଏକ ମେରୁନ ରଙ୍ଗର ଅଧା ହାତ ପଞ୍ଜାବୀ ପିନ୍ଧିଛନ୍ତି ଏବଂ ମୁହଁରେ ସର୍ଜିକାଲ ମାସ୍କ ପିନ୍ଧି ଦୋକାନରେ ବସିଛନ୍ତି। ଶନିବାର ଏହି ଭିଡିଓ ଭାଇରାଲ ହୋଇଥିଲା।

ଗତ କିଛିଦିନ ହେଲା ପାର୍ଥ-ଅର୍ପିତାଙ୍କ ଟଙ୍କାର ପାହାଡ଼, ସେକ୍ସ ଖେଳନା, ବିଳାସପୂର୍ଣ୍ଣ କୋଠା ଓ କାର୍‌ ଆଦି ଚର୍ଚ୍ଚାରେ ରହିଥିବା ବେଳେ ଟିଏମ୍‌ସିର ଅଗ୍ରଣୀ ନେତା ତଥା ମମତା ବାନାର୍ଜୀଙ୍କ ଡାହାଣ ହାତ ଭାବରେ ଜଣାଶୁଣା ପାର୍ଥଙ୍କ ନୂଆ ବାନ୍ଧବୀଙ୍କୁ ନେଇ ନାନା କଳ୍ପନାଜଳ୍ପନା ଚାଲିଛି। ଏ ବାବଦ ବିଭିନ୍ନ ପ୍ରଶ୍ନର ଉତ୍ତର ମିଳି ନଥିଲେ ମଧ୍ୟ ଫଟୋଟି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଏହା ପୂର୍ବରୁ ସ୍ପଷ୍ଟ ହୋଇଛି ଯେ ଅର୍ପିତା ମୁଖାର୍ଜୀ ପାର୍ଥଙ୍କ ଏକମାତ୍ର ବାନ୍ଧବୀ ନୁହନ୍ତି। ଅନେକ ମହିଳାଙ୍କ ନାମ ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର