ୱାସିଂଟନ: ଆମେରିକା ଏବଂ ଚୀନ୍‌ରେ ଧାର୍ମିକ ସ୍ବାଧୀନତାର ବ୍ୟାପକ ଉଲ୍ଲଂଘନ ହେଉଥିବାରୁ ଏହି ଦୁଇ ରାଷ୍ଟ୍ରକୁ ଆମେରିକା ସର୍ବାଧିକ ଧାର୍ମିକ ସ୍ବାଧୀନତା ଉଲ୍ଲଂଘନ କରୁଥିବା ରାଷ୍ଟ୍ର ତାଲିକାରେ ସାମିଲ କରିଛି । ଏହି ତାଲିକାରେ ପୂର୍ବରୁ ରହିଥିବା ରାଷ୍ଟ୍ରଗୁଡ଼ିକ ହେଲେ ଇରାନ୍‌, ନାଇଜେରିଆ, ଉତ୍ତର କୋରିଆ, ସାଉଦି ଆରବ, ତାଜିକସ୍ତାନ ଏବଂ ତୁର୍କମେନିସ୍ତାନ। ଧାର୍ମିକ ସ୍ବାଧୀନତାକୁ ଏକ ଅଧିକାର ଭାବେ ପାକିସ୍ତାନ ଏବଂ ଚୀନ୍‌ ଗ୍ରହଣ କରୁନାହାନ୍ତି ଏବଂ ଲୋକଙ୍କ ଅଧିକାର ଉପରେ ଆକ୍ରମଣ କରୁଛନ୍ତି ବୋଲି ଆମେରିକା ବିଦେଶ ସଚିବ ମାଇକ୍‌ ପୋମ୍ପିଓ କହିଛନ୍ତି।