ୱାଶିଂଟନ୍: ଆମେରିକାରେ ପୁଣି ଏକ ସ୍କୁଲରେ ଗୁଳିକାଣ୍ଡ । ୱିକୋସିନ ଅଞ୍ଚଳରେ ଥିବା ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ ଛାତ୍ର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସର ପାଲଟା ଗୁଳିରେ ଆତତାୟୀର ଜୀବନ ମଧ୍ୟ ଯାଇଛି । ଏକ ପ୍ରାଇଭେଟ୍ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି । ଏହି ସ୍କୁଲରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଇଥାଏ । ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍ କରି ତଦନ୍ତ କରୁଛି ପୁଲିସ।
ସ୍କୁଲ ପିଲା ଓ କତ୍ତୃପକ୍ଷଙ୍କୁ ସ୍କୁଲରୁ ବାହାର କରାଯାଇଛି। ତେବେ କେଉଁ କାରଣରୁ ଗୁଳିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ । ଆମେରିକାରେ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଛୋଟ ପିଲାଙ୍କ ସମେତ ସାଧାରଣ ବ୍ୟକ୍ତି ଏହାର ଶିକାର ହେଉଛନ୍ତି । ଏହାକୁ ନେଇ ଚାରିଆଡ଼େ ଉଦବେଗ ପ୍ରକାଶ ପାଉଥିବା ବେଳେ ଏହାକୁ ରୋକିବାକୁ କଠୋର ଆଇନ ପ୍ରଣୟନ ହେଉ ନ ଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/17/gHh3EkCzMRhae3E2g9fv.jpg)