ଶ୍ରୀନଗର: ଅଲ୍ କାଏଦାର ଶାଖା ଆତଙ୍କବାଦୀ ସଙ୍ଗଠନ ‘ଅନ୍ସାର୍ ଗଜ୍ଓ୍ଵାତ୍-ଉଲ୍ ହିନ୍ଦ୍’ ‘ଇସ୍ଲାମିକ୍ ଷ୍ଟେଟ୍ ଅଫ୍ ଜମ୍ମୁ ଆଣ୍ଡ୍ କଶ୍ମୀର ମିଳିତ ଭାବେ ଜମ୍ମୁ ଓ କଶ୍ମୀରରେ ଥିବା ଭାରତୀୟ ନିରାପତ୍ତା ବଳଙ୍କ ଉପରେ ଆକ୍ରମଣ କରିବେ ବୋଲି ଶୁଣାଯାଉଛି।
ଗୁଇନ୍ଦା ଏଜେନ୍ସି କହିବା ଅନୁସାରେ, କଶ୍ମୀରରେ ନିରାପତ୍ତା ବଳଙ୍କ ପ୍ରବଳ ସାମରିକ ଅଭିଯାନ ଯୋଗୁଁ ଜଣ ପରେ ଜଣେ ସେମାନଙ୍କ ନେତା ନିପାତ ହେଉଥିବାରୁ ଏ ଦୁଇ ଆତଙ୍କବାଦୀ ସଂଗଠନ ମୂଳପୋଛ ହେବା ଉପରେ।
ଉଭୟ ଏଜିଏଚ୍ ଏବଂ ଆଇଏସ୍ଜେକେଙ୍କ ପାଖରେ ଆଗ୍ନେୟାସ୍ତ୍ର ଯଥେଷ୍ଟ ନ ଥିବାରୁ ମିଳିତ ଭାବେ ନିରାପତ୍ତା ବଳଙ୍କ ଉପରେ ଆକ୍ରମଣ କରି ସେମାନଙ୍କର ଅସ୍ତ୍ରଶସ୍ତ୍ର ଲୁଟ୍ କରିବାକୁ ଯୋଜନା କରୁଛନ୍ତି।
ନିକଟ ଅତୀତରେ ଶୋପିଆଁ ଏବଂ ବିଜ୍ବେହାରା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରମାଣ କରୁଛି ଯେ ଅସ୍ତ୍ରଶସ୍ତ୍ର ଲୁଟ୍ କରିବାକୁ ଏ ଦୁଇ ସଂଗଠନ ନିରାପତ୍ତା ପ୍ରତିଷ୍ଠାନ ଆକ୍ରମଣ କରିବାକୁ ତତ୍ପର ହୋଇ ଉଠିଛନ୍ତି।