ମୁମ୍ବାଇ : ପାକିସ୍ତାନରେ ଦୀର୍ଘ ୬ ବର୍ଷ ଜେଲ୍ ଜୀବନ ପରେ ମୁମ୍ବାଇ ଫେରିଥବା ସଫ୍ଟୱେୟାର ଇଞ୍ଜିନିୟର ହମିଦ୍ ଅନସାରି ଆଜି ଯୁବପିଢ଼ିଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇ କହିଛନ୍ତି ଯେ ଫେସ୍ବୁକ୍ରେ କେବେ ପ୍ରେମରେ ପଡ଼ନି। ଫେସ୍ବୁକ୍ ପ୍ରେମ ବଡ଼ ବିପଦ। ଏହି କାରଣ ପାଇଁ ସେ ବିନା ଭୁଲ୍ରେ ପାକିସ୍ତାନରେ ୬ ବର୍ଷ ଜେଲ୍ଦଣ୍ଡ ଭୋଗିଲେ। ୨୦୧୨ ନଭେମ୍ବରରେ ଅନ୍ସାରି ଭାରତ ଛାଡ଼ିଥିଲେ। ଫେସ୍ବୁକ୍ରେ ବାନ୍ଧବୀ ହୋଇଥିବା ଜଣେ ମହିଳାଙ୍କୁ ଭେଟିବାପାଇଁ ସେ ନକଲି ପରିଚୟ ପତ୍ରରେ ପାକିସ୍ତାନ ଯାଇଥିଲେ। କିନ୍ତୁ ସେଠାରେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ ଏବଂ ତାଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ ହୋଇଥିଲା। ୨୦୧୫ରେ ଅନ୍ସାରିଙ୍କୁ ୩ ବର୍ଷ ଜେଲ୍ଦଣ୍ଡ ହେଲା। ଗତ ମଙ୍ଗଳବାର ଦିନ ମୁମ୍ବାଇ ଫେରିଥିବା ଅନ୍ସାରି ଆଜି ଯୁବପିଢ଼ିଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ବୟାନ ଦେଇ କହିଛନ୍ତି, ଫେସ୍ବୁକ୍ରେ କେବେହେଲେ ପ୍ରେମରେ ପଡ଼ନାହିଁ। ପାକ୍ ଗୁଇନ୍ଦା ସଂସ୍ଥା ଦ୍ବାରା ଅନ୍ସାରି ନିର୍ଯାତନାର ଶିକାର ହୋଇଥିଲେ ଏବଂ ଏହାଦ୍ବାରା ତାଙ୍କ ବାମ ଆଖିରେ ଆଘାତ ଲାଗିଥିବା ଜଣାପଡ଼ିଛି।
ଫେସ୍ବୁକ୍ରେ ପ୍ରେମରେ ପଡ଼ନି: ଅନ୍ସାରି
/sambad/media/post_attachments/wp-content/uploads/2018/12/hamid-ansari-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)