କଶ୍ମୀର କଟକଣା ଉପରେ ଉଠୁଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣା ବିଷୟରେ ଉଠୁଥିବା ପ୍ରତିଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ଗୁରୁବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନକୁ କହିଛନ୍ତି ସୁପ୍ରିମ୍‌ କୋର୍ଟ।

ଜଷ୍ଟିସ୍‌ ଏନ୍‌ଭି ରମଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ପ୍ରଶାସନ ତରଫରୁ ଉପସ୍ଥିତ ହୋଇଥିବା ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟାଙ୍କୁ କହିଲେ ଯେ କଟକଣାକୁ ଚାଲେଞ୍ଜ୍‌ କରିଥିବା ଆବେଦନକାରୀମାନେ ବିସ୍ତତ ଭାବେ ଯୁକ୍ତି ବାଢ଼ିଥିବାରୁ ତାଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।

Image Source: The Financial Express

ବିଚାରପତି ଆର୍‌ ସୁଭାଷ ରେଡ୍ଡୀ ଏବଂ ବିଆର୍‌ ଗାଓ୍ଵିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଲେ: ମେହେଟା ବାବୁ ଆପଣଙ୍କୁ ସବିସ୍ତତ ଯୁକ୍ତି ବାଢ଼ିଥିବା ଆବେଦନକାରୀମାନଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଏହି ମାମଲା ପ୍ରତି ଯଥେଷ୍ଟ ଧ୍ୟାନ ଦେଉନାହଁ ବୋଲି ଧାରଣା ସୃଷ୍ଟି କରନାହିଁ।
ମେହେଟା କହିଲେ, କଟକଣା ଉପରେ ଆବେଦନକାରୀମାନେ କରିଥିବା ଅଧିକାଂଶ ପ୍ରଶ୍ନ ଠିକ୍‌ ନୁହେଁ। ଅଦାଲତରେ ଯବାବସୁଆଲ ଚାଲିଲା ବେଳେ ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବେ।

ସଲିସିଟର୍‌ ଜେନେରାଲ୍‌ କହିଲେ ଯେ ତାଙ୍କ ପାଖରେ ଷ୍ଟାଟସ୍‌ ରିପୋର୍ଟ ଅଛି, କିନ୍ତୁ ପ୍ରତ୍ୟେକ ଦିନ ଜମ୍ମୁ ଓ କଶ୍ମୀରର ସ୍ଥିତି ପରିବର୍ତ୍ତନ ହେଉଥିବା କାରଣରୁ ସେ ତାହାକୁ ଅଦାଲତରେ ଫାଇଲ୍‌ କରିନାହାନ୍ତି।

ସମ୍ବନ୍ଧିତ ଖବର