ଦିଲ୍ଲୀ ସିଏଏ ବିରୋଧୀ ହିଂସା ପାଇଁ ଉପସାଗରୀୟ ଦେଶ ଗୁଡ଼ିକରୁ ଅର୍ଥ ଆସୁଥିଲା : ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ଗତ ଡିସେମ୍ବର ଓ ଜାନୁଆରି ମାସରେ ଭାରତର ବିଭିନ୍ନ ସହରରେ ହୋଇଥିବା ନାଗରିକତା ଆଇନ ବିରୋଧୀ ହିଂସା ଓ ଗତ ଫେବ୍ରୁଆରି ମାସରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ସମ୍ପର୍କରେ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ ବିଦେଶରୁ ଅର୍ଥ ଆସିଥିବା ଦିଲ୍ଲୀ ପୁଲିସ ସୂଚନା ଦେଇଛି ।

ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ସିଏଏ ବିରୋଧୀ ହିଂସା ଲାଗି ମଧ୍ୟପ୍ରାଚ୍ୟରେ ଥିବା ଜାମିଆ ମିଲିଆ ଆଲୁମିନି ସଂଗଠନ ମାଧ୍ୟମରେ ଅର୍ଥ ଆସୁଥିଲା ବୋଲି ଦିଲ୍ଲୀ ପୁଲିସ ପାଟିଆଲା ହାଉସ କୋର୍ଟଙ୍କୁ ଜଣାଇଛି ।

ଗତ ରବିବାରଦିନ ଗିରଫ ହୋଇଥିବା ଜାମିଆ ଆଲୁମିନି ସିଫା-ଉର-ରେହମାନକୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା । ତାକୁ ଜେରା କରିବା ପରେ ଏସବୁ ସୂଚନା ମିଳିଥିବା ଜଣାଯାଇଛି । ଜେରା ବେଳେ ସେ ସ୍ୱୀକାର କରିଛି ଯେ ଆରବ ଦେଶଗୁଡ଼ିକରୁ ତା ମାଧ୍ୟମରେ ପାଣ୍ଠି ଆସୁଥିଲା ଓ ସେ ନିଜେ ଏହି ଆନ୍ଦୋଳନକୁ ପରିଚାଳନା କରୁଥିଲା ।

ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ସଦସ୍ୟ ଇସରତ ଜାହାଁ, ଖାଲିଦ ସୈଫି,ମିରାନ ହାଇଦର, ସାଫୋରା ଜାରଗର, ତାହିର ହୁସେନ ଆଦିଙ୍କ ଜେରା ବେଳେ ସେମାନେ ରହେମାନର ନାଁ ନେଇଥିଲେ ବୋଲି ଦିଲ୍ଲୀ ପୁଲିସ କହିଛି ।

ସମ୍ବନ୍ଧିତ ଖବର