ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିଆରଡିଓ ଦ୍ୱାରା ବିକଶିତ ଆଣ୍ଟି-କୋଭିଡ୍ ଡ୍ରଗକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ) ବିକଶିତ କରିଥିବା ଔଷଧକୁ ଏବେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି | ଦେଶର ସର୍ବୋଚ୍ଚ ଔଷଧ ନିୟାମକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ )ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଔଷଧକୁ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରିବା ପାଇଁ ଅନୁମତି ଦେଇଛି |

ଏହି ଔଷଧ ଏକ ପ୍ୟାକେଟରେ ପାଉଡର ଆକାରରେ ଆସିବ ଏବଂ ଏହାକୁ ପାଣିରେ ପକାଇ କରୋନା ରୋଗୀଙ୍କୁ ପିଇବାକୁ ଦିଆଯିବ | ଡିଆରଡିଓ ଲ୍ୟାବ ଏବଂ ହାଇଦ୍ରାବାଦ ଭିତ୍ତିକ ଡାକ୍ତର ରେଡ୍ଡୀଙ୍କ ଲାବୋରେଟୋରୀ ମିଶି ଏହି ଔଷଧ ତିଆରି କରିଥିବା ଜଣାପଡିଛି |

DCGI Approves Anti-Covid Drug Developed by DRDO for Emergency Use as  Pandemic Rages
News18

ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି ଔଷଧର ପ୍ରଥମ କ୍ଲିନିକାଲ ପରୀକ୍ଷାରେ ଦେଖିବାକୁ ମିଳିଛି ଯେ, ଏହି ଔଷଧ ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ଥିବା କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ନିଶ୍ୱାସ ନେବାର ସମସ୍ୟା ମଧ୍ୟ ହେଉନାହିଁ | ଏସବୁକୁ ଆଖି ଆଗରେ ରଖି ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିବା ଜଣାପଡିଛି |

ଗତ ବର୍ଷ ମେ’ ଏବଂ ଅକ୍ଟୋବର ମଧ୍ୟରେ ଏହି ଔଷଧର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରଯାଇଥିବା ବେଳେ କରୋନା ରୋଗୀଙ୍କ ପାଇଁ ଏହି ଔଷଧ ସୁରକ୍ଷିତ ଥିବା ଜଣାପଡିଥିଲା | ୧୧୦ ଜଣ ରୋଗୀଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିବା ବେଳେ ୬ଟି ଡାକ୍ତରଖାନାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା। ଫଳାଫଳ ଭଲ ଆସିବା ପରେ ଏବେ ଏହାର ବ୍ୟବହାରକୁ ଅନୁମତି ଦିଆଯାଇଛି |

ସମ୍ବନ୍ଧିତ ଖବର