ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ଘଟି ଅନେକ ଲୋକଙ୍କ ଜୀବନ ଯିବା ପରେ ରବିବାର ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସହିତ ସେଠାରେ ଯେକୌଣସି ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆସାମ ରାଇଫଲ୍ସ ଇମ୍ଫାଲ ଉପତ୍ୟକାର ଦୁର୍ଗମ ଅଂଚଳରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ମୁତୟନ କରିଛି। 

Advertisment

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ରବିବାର ଏ ପର୍ଯ୍ୟନ୍ତ କୌଣସି ନୂଆ ହିଂସାକାଣ୍ଡ ଘଟିନାହିଁ। ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସୁରକ୍ଷା ବାହିନୀ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। 
ଅଧିକାରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ରାଜ୍ୟ ପୁଲିସକୁ ଆଣ୍ଟି ଡ୍ରୋନ୍ ସିଷ୍ଟମ ହସ୍ତାନ୍ତର କରିଛି।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ରବିବାର ଏ ପର୍ଯ୍ୟନ୍ତ କୌଣସି ନୂଆ ହିଂସାକାଣ୍ଡ ଘଟିନାହିଁ। ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସୁରକ୍ଷା ବାହିନୀ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ରାଜ୍ୟ ପୁଲିସକୁ ଆଣ୍ଟି ଡ୍ରୋନ୍ ସିଷ୍ଟମ ହସ୍ତାନ୍ତର କରିଛି।

ମଣିପୁରରେ ଚାଲିଥିବା ଜାତିଗତ ସଂଘର୍ଷ ମଧ୍ୟରେ ଆକ୍ରମଣ ପାଇଁ ଡ୍ରୋନ୍ ମଧ୍ୟ ବ୍ୟବହାର କରାଯାଉଛି। ଏହାକୁ ନେଇ ସୁରକ୍ଷା ବଳ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି । ସେପ୍ଟେମ୍ବର ପହିଲାରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର କାଉଟ୍ରୁକ୍ ଗ୍ରାମରେ ପ୍ରଥମେ ବିସ୍ଫୋରକ ପକାଇବା ପାଇଁ ରିମୋଟ୍ କଣ୍ଟ୍ରୋଲ୍ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଏହି ଆକ୍ରମଣରେ ବନ୍ଧୁକ ମଧ୍ୟ ବ୍ୟବହୃତ ହୋଇଥିଲା ଏବଂ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିଲେ।