ମୋଦୀଙ୍କ ସୁରକ୍ଷା କଡାକଡି କରିବା ପାଇଁ ଘର ବାହାରେ ଲାଗିବ ଆଣ୍ଟି ଡ୍ରୋନ୍ ସିଷ୍ଟମ

ନୂଆଦିଲ୍ଲୀ: ପୂର୍ବାପେକ୍ଷା ଆହୁରି କଡାକଡ଼ି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥା | ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହ କାରକେଡ଼ରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ ଲଗାଯିବ | ସମ୍ପୂର୍ଣ୍ଣ ଦେଶୀ କୌଶଳରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବା ଡିଆରଡିଓ ପକ୍ଷରୁ ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ ପ୍ରସ୍ତୁତ କରାଯାଇଛି | ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମର ନିର୍ମାଣ ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ସହ ଡିଆରଡିଓ ଏକ ଚୁକ୍ତିନାମା ସ୍ଵାକ୍ଷର କରିଛି |

ପ୍ରଧାନମନ୍ତ୍ରୀଙ୍କ ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ ହେବାର ଆଶଙ୍କା ଥିବାରୁ ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ ପାଇଁ ବ୍ୟବସ୍ଥା କରାଯାଇଛି। ବାସ୍ତବରେ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନମାନେ ଭାରତ ସୀମାରେ ଆତଙ୍କୀ କାର୍ଯ୍ୟକଳାପ ସହ ଡ୍ରଗ୍ସ ପଠାଇବା ପାଇଁ ଚୀନ୍ ନିର୍ମିତ ଡ୍ରୋନ୍ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ଡିଆରଡିଓ ଦୁଇ ପ୍ରକାର ଆଣ୍ଟି ଡ୍ରୋନ୍ ସିଷ୍ଟମ ତିଆରି କରିବା ଆରମ୍ଭ କରିଛି | ଏହାର ଉଦ୍ଦେଶ୍ୟ ହେଉଛି ଡ୍ରୋନକୁ ନିଷ୍କ୍ରିୟ କରିବା ଓ ଡ୍ରୋନ୍ କୁ ଖସାଇଦେବ |

The Print

ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମଗୁଡିକ ରାଡାର କ୍ଷମତା ସହିତ ସଜ୍ଜିତ ହୋଇଛି ଯାହା ଦୁଇରୁ ତିନି କିଲୋମିଟର ଦୂରରେ ଶତ୍ରୁ ଡ୍ରୋନକୁ ଅକ୍ଷମ କରିପାରିବ | ଦ୍ୱିତୀୟ ପ୍ରକାରର ଆଣ୍ଟି-ଡ୍ରୋନ୍ ସିଷ୍ଟମରେ ଦୁଇ-ତିନି କିଲୋମିଟର ଦୂରରୁ ଲେଜର ବିମ୍ ସହିତ ଡ୍ରୋନ୍ କୁ ଖସାଇଦେବାର କ୍ଷମତା ରହିଛି। ଖବର ଅନୁଯାୟୀ, ଡିଆରଡିଓ ମୁଖ୍ୟ ସତୀଶ ରେଡ୍ଡୀ ଖୁବ୍ ଶୀଘ୍ର ସଶସ୍ତ୍ର ବାହିନୀକୁ ସ୍ୱଦେଶୀ ଡ୍ରୋନ୍ ଆଣ୍ଟି ସିଷ୍ଟମ ବିଷୟରେ ଜଣାଇବେ | ଚଳିତ ବର୍ଷ ଗଣତନ୍ତ୍ର ଦିବସ ଏବଂ ସ୍ୱାଧୀନତା ଦିବସରେ ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ ସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର