ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ : ସପ୍ତାହକରେ ୭୨ ବିଦ୍ରୋହୀଙ୍କୁ ହତ୍ୟା

ତେହେରାନ: ମେହସା ଆମିନିଙ୍କ ହାଜତ ମୃତ୍ୟୁ ପରେ ‌ଇରାନରେ ତେଜିଥିବା ହିଜାବ-ବିରୋଧୀ ଆନ୍ଦୋଳନକୁ ଦମନ କରିବାକୁ ଯାଇ ଗତ ସପ୍ତାହରେ ଅନ୍ୟୂନ ୭୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିବା ଏକ ମାନବାଧିକାର ସଂଗଠନ ଦାବି କରିଛି। ନରୱେ ଭିତ୍ତିକ ଇରାନ ମାନବାଧିକାର ସଂଗଠନ (ଆଇଏଚ୍‌ଆର୍‌) କହିଛି ଯେ ହିଜାବ-ବିରୋଧୀ ଆନ୍ଦୋଳନକୁ ଦମନ କରିବାକୁ ଯାଇ ଇରାନର ସୁରକ୍ଷା କର୍ମୀମାନେ ଏଯାବତ୍ ୪୧୬ ଜଣଙ୍କୁ ହତ୍ୟା କରିସାରିଲେଣି। ସେମାନଙ୍କ ମଧ୍ୟରେ ୨୧ ମହିଳା ଓ ୫୧ ଶିଶୁ ବି ଅଛନ୍ତି। କେବଳ ଗତ ସପ୍ତାହରେ ୭୨ ଜଣଙ୍କୁ ହତ୍ୟା କରାଯାଇଛି ଏବଂ ସେଥିମଧ୍ୟରୁ ୫୬ ଜଣ ହେଉଛନ୍ତି ପଶ୍ଚିମ କୁର୍ଦ୍ଦ ବହୁଳ ଅଞ୍ଚଳର ଲୋକ ବୋଲି ସଂଗଠନ ଅଭିଯୋଗ କରିଛି। ଜାତିସଂଘ ପକ୍ଷରୁ ଇରାନର ଏ ପ୍ରକାର ଦମନଲୀଳା ଓ ଗଣହତ୍ୟାକୁ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର