ତାମିଲନାଡୁରେ ହିନ୍ଦୀଭାଷାକୁ ବିରୋଧ ଜାରି, କେନ୍ଦ୍ର ସରକାରଙ୍କ ଅଫିସଗୁଡ଼ିକର ସାଇନବୋର୍ଡରେ କଳା ବୋଳିଲେ

ଚେନ୍ନାଇ : ସ୍କୁଲ ପାଠ୍ୟକ୍ରମରେ ହିନ୍ଦୀଭାଷାକୁ ସାମିଲ କରିବାକୁ ନେଇ କେନ୍ଦ୍ର ସରକାର ନିଜର ଚିଠା ଶିକ୍ଷାନୀତିରେ ସଂଶୋଧନ କରିଥିଲେ ମଧ୍ୟ ତାମିଲନାଡୁରେ ଜନଅସନ୍ତୋଷ ଥମିବାର ନାଁ ଧରୁ ନାହିଁ । ଆଜି ଚେନ୍ନାଇ ସମେତ ତାମିଲନାଡୁର କେତେକ ସହରରେ ଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ ହିନ୍ଦୀରେ ଲେଖାଥିବା ସାଇନବୋର୍ଡ ଗୁଡ଼ିକରେ କଳା ବୋଳିଦିଆଯାଇଛି । ତେବେ ଏସବୁ ବୋର୍ଡରେ ଇଂରାଜୀ ବା ତାମିଲ ଲେଖା ରହିଥିଲେ ମଧ୍ୟ ସେଗୁଡ଼ିକ ଅକ୍ଷତ ଥିଲା ।

ଏ ନେଇ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିରେ ହିନ୍ଦୀକୁ ଏକ ୩ୟ ଭାଷାଭାବେ ସ୍କୁଲରେ ପଢାବାର ପ୍ରସ୍ତାବ ଥିଲା । ତେବେ ତାମିଲନାଡୁରେ ପ୍ରବଳ ବିରୋଧ ପରେ ସରକାର ଏହାକୁ ସଂଶୋଧନ କରିଥିଲେ । ଡିଏମକେ ନେତା ଏମକେ ଷ୍ଟାଲିନ କହିଥିଲେ ଯେ ତାମିଲମାନଙ୍କ ରକ୍ତରେ ହିନ୍ଦୀ ରହିବ ନାହିଁ । ତାମିଲନାଡୁରେ ହିନ୍ଦୀ ପଢାଇବାକୁ ବାଧ୍ୟ କରିବା ଅର୍ଥ ହେଉଛି ମହୁ ଫେଣାରେ ହାତ ମାରିବା । ଏଣୁ ସରକାର ଏଥି୍ରୁ ଦୂରେଇ ରୁହନ୍ତୁ ।

ସମ୍ବନ୍ଧିତ ଖବର