ନୂଆଦିଲ୍ଲୀ : କାନାଡ଼ାରେ ରହୁଥିବା ଖଲିସ୍ତାନୀ-ସପକ୍ଷବାଦୀମାନେ କାନାଡ଼ାର ବ୍ରାମ୍ପଟନ ସହରରେ ଏକ ୫ କିମି ଦୀର୍ଘ ପରେଡ୍ରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଘଟଣାକୁ ଦର୍ଶାଉଥିବା ଏକ ମେଢ଼ ପ୍ରଦର୍ଶନ କରିଛନ୍ତି। ଏହି ମେଢ଼ ପ୍ରଦର୍ଶନର ଭିଡିଓ ଜାରି ହେବା ପରେ ଖଲିସ୍ତାନୀ ସମର୍ଥକଙ୍କ ଏଭଳି କାର୍ଯ୍ୟକୁ ସୋସିଆଲ ମିଡ଼ିଆରେ ତୀବ୍ର ସମାଲୋଚନା କରାଯାଇଛି।
ଅପରେସନ ବ୍ଲୁ ଷ୍ଟାରର ୩୯ତମ ବାର୍ଷିକୀର କିଛିଦିନ ପୂର୍ବରୁ ଜୁନ୍ ୪ ତାରିଖରେ ଏହି ଭିଡ଼ିଓ ଜାରି କରାଯାଇଛି। ଅପରେସନ ବ୍ଲୁ ଷ୍ଟାରରେ ଇନ୍ଦିରା ଗାନ୍ଧିଙ୍କ ନିର୍ଦ୍ଦେଶରେ ଭାରତୀୟ ସେନା ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପ୍ରବେଶ କରି ଜର୍ଣ୍ଣେଲ ସିଂହ ଭିନ୍ଦ୍ରନୱାଲେ ଓ ଅନ୍ୟ ଉଗ୍ରପନ୍ଥୀଙ୍କୁ ନିପାତ କରିଥିଲେ। ଏହାପରେ ଦୁଇଜଣ ଶିଖ୍ ଦେହରକ୍ଷୀଙ୍କ ଦ୍ବାରା ଇନ୍ଦିରା ଗାନ୍ଧିଙ୍କୁ ଅକ୍ଟୋବର ୩୧, ୧୯୮୪ରେ ହତ୍ୟା କରାଯାଇଥିଲା।
ଏହି ଭିଡ଼ିଓ ଜାରି ପରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଦେଶ ମାଟିରେ ଖଲିସ୍ଥାନୀ-ସପକ୍ଷବାଦୀଙ୍କ କାର୍ଯ୍ୟକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଆତଙ୍କବାଦୀ ଓ ସେମାନଙ୍କ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଥିବା କାନାଡ଼ା ସରକାରଙ୍କୁ ଭାରତ କଡ଼ା ଜବାବ ଦେଉ ବୋଲି ସେମାନେ ଦାବି କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ଯୁକ୍ତିଯୁକ୍ତ ବୋଲି କୁହାଯାଇ ପାରିବ ନାହିଁ ବୋଲି ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/khalistan-c.jpg)
