ବାଂଲାଦେଶରେ ଭାରତ ବିରୋଧୀ ବିକ୍ଷୋଭ

ଢାକା : ବାଂଲାଦେଶର ରାଜଧାନୀ ଢାକାରେ ଶୁକ୍ରବାର ନମାଜ ପରେ ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଭାରତ ସରକାରଙ୍କ ବିରୋଧରେ ଆନ୍ଦୋଳନକାରୀମାନେ ସ୍ଲୋଗାନ ଦେବା ସହ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବୟାନକୁ ମଧ୍ୟ ମୁସ୍‌ଲିମ ନେତାମାନେ କଡ଼ା ନିନ୍ଦା କରିଥିଲେ। ୧୬ ଜୁନ୍‌ରେ ଭାରତୀୟ ଦୂତାବାସ ଘେରାଉ କରାଯିବ ବୋଲି ଆଜି ଆନ୍ଦୋଳନକାରୀମାନେ ଘୋଷଣା କରିଛନ୍ତି। ଏହି ଆନ୍ଦୋଳନରେ ଜମିୟତ ଉଲେମା, ଖିଲାଫତ ମଜଲିସ ଆଦି ସଂଗଠନର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ। ଭାରତୀୟ ସାମଗ୍ରୀକୁ ମଧ୍ୟ ବହିଷ୍କାର କରିବା ପାଇଁ ମୁସ୍‌ଲିମ ନେତାମାନେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର