ସୋସିଆଲ ମିଡିଆରେ ଚାଲିଥିବା ଭାରତ ବିରୋଧୀ ଅଭିଯାନ ପଛରେ ପାକିସ୍ତାନ !

ନୂଆଦିଲ୍ଲୀ : ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ବାରା ଦିଆଯାଇଥିବା ଇସଲାମ ବିରୋଧୀ ମନ୍ତବ୍ୟକୁ ନେଇ ଆରବ ଜଗତରେ ପ୍ରବଳ ବିରୋଧ ଦେଖାଦେଇଛି । ଲୋକମାନଙ୍କର ଏହି ଅସନ୍ତୋଷକୁ ଆହୁରି ତେଜୁଛି ସୋସିଆଲ ମିଡିଆ । ସୋସିଆଲ ମିଡିଆରେ ଭାରତ ବିରୋଧୀ ହ୍ୟାସଟ୍ୟାଗ ଅଭିଯାନ ଟ୍ରେଣ୍ଡ କରୁଛି । ତେବେ ଏସବୁ ସୋସିଆଲ ମିଡିଆ ଅଭିଯାନ ପଛରେ ପାକିସ୍ତାନ ଥିବା ଜଣାପଡ଼ିଛି ।

ସୋସିଆଲ ମିଡିଆରେ ଭାରତ ବିରୋଧୀ ଅଭିଯାନ ଚଳାଇବା ପାଇଁ ପାକିସ୍ତାନ ପକ୍ଷରୁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକାରୀ କରାଯାଉଛି । ଭାରତ ଓ ଆରବ ଜଗତ ମଧ୍ୟରେ ବଢିଚାଲିଥିବା ଘନିଷ୍ଠତା ଯେପରି ଭାଙ୍ଗିଯାଏ ସେ ଦିଗରେ ପାକିସ୍ତାନ କାମ କରୁଛି । ପାକିସ୍ତାନି ହ୍ୟାକରମାନେ  ବିଭିନ୍ନ ଲୋକଙ୍କ ନାଁରେ ନକଲି ଟ୍ବିଟର, ଫେସବୁକ ହ୍ୟାଣ୍ଡେଲ ଖୋଲି ଭାରତ ବିରୋଧୀ ଅଭିଯାନ ଚଳାଉଛି । ମାତ୍ର ଏହାର ପ୍ରଭାବ ଆରବ ଦେଶର ଲୋକମାନଙ୍କ ଉପରେ ପଡ଼ୁଛି । ଏହି ଅଭିଯାନର ଶିକାର ହୋଇ ସେମାନେ ଭାରତକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ରବିବାରଦିନ ଇସଲାମ ବିରୋଧୀ ମନ୍ତବ୍ୟ ପାଇଁ ବିଜେପି ପକ୍ଷରୁ ଦୁଇ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା । ଏହା ସତ୍ତ୍ବେ ବିଶ୍ବର ମୁସଲିମ ଦେଶମାନେ ଏହାକୁ ନିନ୍ଦା କରିଚାଲିଛନ୍ତି ।

 

ସମ୍ବନ୍ଧିତ ଖବର