ଜମ୍ମୁ ଓ କଶ୍ମୀରରେ ଇସ୍ରାଏଲ ବିରୋଧୀ ବିକ୍ଷୋଭ

ଶ୍ରୀନଗର : ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଚାଲିଥିବାବେଳେ ତାହାର ପ୍ରତିକ୍ରିୟା ଭାରତରେ ଦେଖିବାକୁ ମିଳିଛି । ଇସ୍ରାଏଲ ବିରୋଧରେ ଭାରତର ଜାମ୍ମୁ ଓ କଶ୍ମୀରରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଉଭୟ ଜାମ୍ମୁ ଓ ଶ୍ରୀନଗରରେ ଲୋକମାନେ ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଜମ୍ମୁ ଓ କଶ୍ମୀରରେ କରୋନା ସଂକ୍ରମଣ ବଢିଚାଲିଥିବାରୁ ଲକଡାଉନ ଘୋଷଣା କରାଯ଼ାଇଛି । ଲୋକମାନଙ୍କୁ ବାହାରକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯ଼ାଇଛି । ତେବେ ଲୋକମାନେ ଏହାକୁ ନମାନି ରାସ୍ତାକୁ ଓହ୍ଲାଇ ବିକ୍ଷେଭ ପ୍ରଦର୍ଶନ କରିଛନ୍ତି । ଏହା ପରେ ଘାଟିରେ ପୁଲିସର ମୁଣ୍ଡବ୍ୟଥା ବଢିଯ଼ାଇଛି । ଶାନ୍ତି ବଜାୟ ରଖିବା ସହ ଘରେ ରହିବାକୁ ପୁଲିସ ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯ଼ାଇଛି । ଅନ୍ୟପକ୍ଷରେ ଜଣେ ପାଲେଷ୍ଟାଇନ ମହିଳାଙ୍କ ଚିକ୍ର ଆଙ୍କିଥିବା ଜଣେ ଚିତ୍ରଶିଳ୍ପୀଙ୍କୁ ପୁଲିସ ଗିରଫ କରିଛି ।

ସୂଚନାଯ଼ୋଗ୍ୟ ଯ଼େ କଠୋରପନ୍ଥୀ ସଂଗଠନ ହମାସ କବଜାରେ ଥିବା ଗାଜା ସହର ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଜାରି ରହିଛି । ଅନ୍ୟପଟେ ଇସ୍ରାଏଲ ଉପରେ ମଧ୍ୟ ହମାସର ରକେଟ ଆକ୍ରମଣ ଜାରି ରହିଛି । ହମାସ ପକ୍ଷରୁ ଏପର୍ୟ଼୍ୟନ୍ତ ପ୍ରାୟ ୧୮ଶହ ରକେଟ ଇସ୍ରାଏଲ ଉପରେ ନିକ୍ଷେପ କରାଯ଼ାଇଛି । ତେବେ ଏସବୁ ରକେଟ ମଧ୍ୟରୁ ଅଧିକାଂଶ ରକେଟକୁ ଇସ୍ରାଏଲର ବାୟୁ ସୁରକ୍ଷାପ୍ରଣାଳୀ ଆଇରନ ଡୋମ ନଷ୍ଟ କରିଦେଇଛି । ଅନ୍ୟପକ୍ଷରେ ହମାସର ରକେଟ ମାଡ଼ ଜବାବରେ ଇସ୍ରାଏଲ ପକ୍ଷରୁ କରାଯ଼ାଇଥିବା ବିମାନ ଆକ୍ରମଣରେ ଗାଜା ସହର ଏକ ଧ୍ବଂସସ୍ତୁପରେ ପରିଣତ ହୋଇଛି । ଇସ୍ରାଏଲର ବୋମା ମାଡ଼ରେ ଗାଜାରେ ଥିବା ଅଲଜଜିରା ଚ୍ୟାନେଲ, ଆସୋସିଏଟ ପ୍ରେସର କାର୍ୟ଼୍ୟାଳୟ କ୍ଷତିଗ୍ରସ୍ତ ହୋଇଛି ।

ସମ୍ବନ୍ଧିତ ଖବର