‘ବିରୋଧୀ ଦଳଙ୍କ ମହାଗଠବନ୍ଧନ ମୋ ବିରୋଧରେ ନୁହେଁ; ଦେଶବାସୀଙ୍କ ବିରୋଧରେ’: ନରେନ୍ଦ୍ର ମୋଦି

ସିଲ୍‌ଭାସା (ଗୁଜୁରାଟ): କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା କୋଲକତା ଠାରେ ଆୟୋଜିତ ମହାରାଲିର ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଗୁଜୁରାଟର ସିଲ୍‌ଭାସା ଠାରେ ଆୟୋଜିତ ଏକ ସମାବେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦୁର୍ନୀତି ବିରୋଧରେ ସେ ଯେଉଁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସେଥିରେ ଭୟତୀୟ ହୋଇ ବିରୋଧୀ ଦଳଗୁଡ଼ିକ ଏକତ୍ରିତ ହୋଇ ତାଙ୍କ ଓ ତାଙ୍କ ଦଳ ବିରୋଧରେ ଏହି ମହାଗଠବନ୍ଧନ ଗଠନ କରିଛନ୍ତି।


ଏଥିସହ ମୋଦି କହି କହିଛନ୍ତି ଯେ ବିରୋଧୀ ଦଳଙ୍କ ଏହି ମହାଗଠବନ୍ଧନ ତାଙ୍କ ବିରୋଧରେ ନୁହେଁ ବରଂ ଦେଶବାସୀଙ୍କ ବିରୋଧରେ। ଏକଥା ଦେଶବାସୀ ହୃଦୟଙ୍ଗମ କରିବା ଆବଶ୍ୟକ। ‘ଦୁର୍ନୀତି ବିରୋଧରେ ମୁଁ ଆରମ୍ଭ କରିଥିବା କାର୍ଯ୍ୟକ୍ରମ ଅନେକଙ୍କୁ ମୋ ପ୍ରତି କ୍ଷପ୍ପା କରିଛି। ପୂର୍ବରୁ ଦେଶବସୀଙ୍କ ଅର୍ଥକୁ ସେମାନେ ଲୁଟ୍‌ କରୁଥିବା ବେଳେ, ଏବେ ତା’ ଉପରେ ମୁଁ ରୋକ୍‌ ଲଗାଇ ଦେଇଥିବାରୁ ସେମାନେ ହତାଶ ହେବା ସହ ଏକତ୍ରିତ ହୋଇ ମୋ ବିରୋଧରେ ଏହି ମହାରାଲିରେ ଏକତ୍ରିତ ହୋଇଥିବା କହିଛନ୍ତି ମୋଦି।

ସମ୍ବନ୍ଧିତ ଖବର