ଶ୍ରୀଲଙ୍କାରେ ପୁଣି ମୁସଲିମ ବିରୋଧୀ ହିଂସାକାଣ୍ଡ, ଅତିରିକ୍ତ ସୁରକ୍ଷାବଳ ମୃତୟନ

କଲମ୍ବୋ : ଶ୍ରୀଲଙ୍କାରେ ଗତ ମାସରେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ପରେ ମୁସଲିମ ସଂପ୍ରଦାୟଙ୍କ ଉପରେ ଆକ୍ରମଣ ମାମଲା ବଢିଚାଲିଛି । କଲମ୍ବୋଠାରୁ ୪୦ କିଲୋମିଟର ଉତ୍ତରରେ ଥିବା ଖ୍ରୀଷ୍ଟିଆନ ବହୁଳ ନିଗମ୍ବୋ ସହରରେ ଆଜି ପୁଣିଥରେ ମୁସଲିମମାନଙ୍କ ଉପରେ ଆକ୍ରମଣ ହୋଇଛି । ସହର ନିକଟରେ ଥିବା ପୋରୁଟୋଟା ଗାଁରେ ଏକ ମୁସଲିମ ଅଟୋବାଲା ସହିତ କେତେକ ଖ୍ରୀଷ୍ଟିଆନ ଲୋକଙ୍କ ବିବାଦରୁ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା ।

ଖ୍ରୀଷ୍ଟିଆନ ଲୋକମାନେ ଉକ୍ତ ଅଟୋରିସ୍କାକୁ ଯାଞ୍ଚ କରିବାକୁ ଚାହିଁବାରୁ ବିବାଦ ଆରମ୍ଭ ହୋଇଥିଲା । ହିଂସାକାଣ୍ଡଆରମ୍ଭ ହେବା ପରେ ସ୍ଥାନୀୟ ଖ୍ରୀଷ୍ଟିଆନ ଲୋକେ ମୁସଲିମମାନଙ୍କ ଦୋକାନଗୁଡ଼ିକୁ ଭାଙ୍ଗି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ସହରକୁ ଅତିରିକ୍ତ ସୁରକ୍ଷାବଳ ପଠାଯାଇଛି । ଅନ୍ୟପକ୍ଷରେ ସମଗ୍ର ଦେଶରେ ସାଂପ୍ରଦାୟିକ ସଦ୍ଭାବ ବଜାୟ ରଖିବାକୁ କଲମ୍ବୋର ଆର୍କବିଶପ କାର୍ଡିନାଲ ମାଲକମ ରଞ୍ଜିତ ନିବେଦନ କରିଛନ୍ତି ।  ଏହି ନିଗମ୍ବୋ ସହରରେ ଥିବା ସେଣ୍ଟ ସେବାଷ୍ଟିଆନ ଚର୍ଚ୍ଚ ଉପରେ ହିଁ ଗତ ଏପ୍ରିଲ ୨୧ରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ କରିଥିଲେ ।

ସମ୍ବନ୍ଧିତ ଖବର