କମ୍ୟୁନିଷ୍ଟ ନେତାଙ୍କ ଦେଶବିରୋଧୀ ମନ୍ତବ୍ୟ: ଭାରତ ହେଉଛି ଏକ ଚୀନ ବିରୋଧୀ ସାମ୍ରାଜ୍ୟବାଦୀ ଶକ୍ତି

କୋଚି: ଭାରତୀୟ କମ୍ୟୁନିଷ୍ଟ ନେତାଙ୍କ ଚୀନ ପ୍ରେମ ସମସ୍ତଙ୍କୁ ଜଣା । ଚୀନ ଭାରତର ଏକ ଶତ୍ରୁ ଦେଶ ହୋଇଥିଲେ ମଧ୍ୟ ଏହି ନେତାମାନେ ସବୁବେଳେ ଚୀନ ସମର୍ଥନରେ ଛିଡ଼ା ହୁଅନ୍ତି । ଏପରିକି ଉତ୍ତରକୋରିଆ ପାଇଁ ମଧ୍ୟ ଏହି ଦଳର ନେତାମାନେ ଓକିଲାତି କରନ୍ତି ।
ନିକଟରେ କେରଳର ସିପିଆଇ(ଏମ) ପଲିଟିବ୍ୟୁରୋ ସଦସ୍ୟ ତଥା ରାଜ୍ୟ ସଚିବ କୋଦିଏରୀ ବାଳକ୍ରିଷ୍ଣନ୍‌ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ବିବାଦ ଉଠିଛି । ଦଳର ଏକ ସାଧାରଣ ସଭାରେ ସେ କହିଛନ୍ତି ଯେ ଚୀନକୁ ଦବେଇବା ପାଇଁ ଭାରତ ସାମ୍ରାଜ୍ୟବାଦୀ ଶକ୍ତିଙ୍କ ସହ ହାତ ମିଳାଇଛି । ଚୀନର ପ୍ରଭାବକୁ ରୋକିବାକୁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ଏକ ମେଣ୍ଟ ଗଢିଛନ୍ତି ।

ଆହୁରି ମଧ୍ୟ ସେ ଉତ୍ତର କୋରିଆକୁ ସମର୍ଥନ କରିବାକୁ ପଛେଇନାହାନ୍ତି । ଆମେରିକା ସବୁବେଳେ ଦକ୍ଷିଣ କୋରିଆକୁ ସାହାଯ୍ୟ କରି ଶକ୍ତିଶାଳୀ କରିଛି । ଏଣୁ ନିଜର ଅସ୍ତିତ୍ୱ ବଜାର ରଖିବାକୁ ଉତ୍ତର କୋରିଆ ନିଜର ଅଧିକାଂଶ ସମ୍ବଳ ନିଜର ସାମରିକ ଶକ୍ତିବୃଦ୍ଧି କରିବାରେ ବିନିଯୋଗ କରୁଛି ।

ବାଳକ୍ରିଷ୍ଣନଙ୍କ ଏହି ଭାରତୀୟ ବିରୋଧୀ ଓ ଚୀନ ସପକ୍ଷବାଦୀ ମନ୍ତବ୍ୟକୁ ନେଇ କେରଳ ସମେତ ସାରା ଦେଶରେ ଘୋର ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେରଳ ବିଜେପି ସଭାପତି କୁମାନମ୍‌ ରାଜଶେଖରନ କହିଛନ୍ତି ଯେ ସିପିଆଇ(ଏମ) ନେତାଙ୍କ ଏହି ମନ୍ତବ୍ୟ ଦେଶବିରୋଧୀ । ସିପିଆଇ(ଏମ) ପ୍ରଥମେ ସ୍ପଷ୍ଟ କରୁ ଯେ ସେମାନେ ଭାରତ ସପକ୍ଷବାଦୀ ନା ଚୀନର । ଏହି ଲୋକମାନେ ସବୁବେଳେ ଭିତରୁ ହିଁ ଦେଶକୁ ଧ୍ୱଂସ କରିବାକୁ କାମକରିଚାଲିଛନ୍ତି ।

କିଛିଦିନ ତଳେ କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ ମଧ୍ୟ ଉତ୍ତର କୋରିଆ ଶାସକ କିମଂ ଜଙ୍ଗ୍‌ ୟୁନଙ୍କ ସମର୍ଥନ କରି ଭାଷଣ ଦେଇଥିଲେ ।

ସମ୍ବନ୍ଧିତ ଖବର