ଅନ୍ତଃ ରାଜ୍ୟ ସୀମାରେ ଆରମ୍ଭ ହେବ ନକ୍ସଲ ବିରୋଧୀ ଅଭିଯାନ

ନୂଆଦିଲ୍ଲୀ : ଅନ୍ତଃ ରାଜ୍ୟ ସୀମାରେ ଆରମ୍ଭ ହେବ ମିଳିତ ନକ୍ସଲ ବିରୋଧୀ ଅଭିଯାନ। ଏ ‌ସମ୍ପର୍କରେ ଗତକାଲି ବିହାର ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ପୂର୍ବ କ୍ଷେତ୍ର ପୁଲିସ ସମନ୍ବୟ କମିଟି (ଇଆରପିସିସି)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ଡିଜିପି ଯୋଗ ଦେଇଥିଲେ। ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ନିଷ୍ପତ୍ତି ଅନୁସାରେ, ସୁରକ୍ଷା ବିହୀନ ଅଂଚଳଗୁଡ଼ିକରେ କ୍ୟାମ୍ପ ପ୍ରତିଷ୍ଠା ହେବ। ରାଜ୍ୟମାନେ ନିୟମିତ ବ୍ୟବଧାନରେ ନକ୍ସଲ ଗତିବିଧିକୁ ନେଇ ସୂଚନା ଆଦାନପ୍ରଦାନ କରିବେ। ମାଦକ ଦ୍ରବ୍ୟ ଚୋରାଚାଲାଣ ଓ ଅନ୍ତଃ ରାଜ୍ୟ ଗ୍ୟାଙ୍ଗ ଉପରେ ଅଙ୍କୁଶ ଲଗାଇବା ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ ହେବ। ବ୍ୟାଙ୍କ ଓ ଆଭୂଷଣ ବ୍ୟବସାୟୀମାନଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ପରସ୍ପର ସମନ୍ବୟ ରଖି କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନକ୍ସଲ ଓ ଅନ୍ତଃ ରାଜ୍ୟ ଅପରାଧ ଉପରେ ନିୟନ୍ତ୍ରଣ ପାଇଁ ଲଗାତାର ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର