ଯୋଗୀଙ୍କ ରାସ୍ତାରେ ନୀତିଶ: ବିହାରରେ ଆରମ୍ଭ ହେଲା ଆଣ୍ଟି ରୋମିଓ ସ୍କ୍ୱାର୍ଡ

ପାଟନା: ଯୋଗୀଙ୍କ ରାସ୍ତାରେ ପାଦ ଥାପିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର | ଯୋଗୀ ଆଦିତ୍ୟନାଥଙ୍କ ସରକାର କରୁଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ଆପଣେଇବା ପରେ ଏବେ ନୀତିଶ ସରକାର ଆଣ୍ଟି ରୋମିଓ ସ୍କ୍ୱାର୍ଡ ନୀତିକୁ ମଧ୍ୟ ଆପଣାଇଛନ୍ତି | ବିହାରର କିଷାନଗଞ୍ଜରୁ ଆଜିଠାରୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଯୋଜନା ଆରମ୍ଭ ହେଉଛି | ପ୍ରଥମ ପଦକ୍ଷେପ ସ୍ୱରୂପ କିଶାନଗଞ୍ଜର ଦାୟିତ୍ୱରେ ଥିବା ଏସପିଙ୍କ ସମେତ ଏହା ଅଧୀନରେ ଆସୁଥିବା ସମସ୍ତ ପୁଲିସ ଷ୍ଟେସନର ଅଧିକାରୀଙ୍କୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି |

ଆଉ ଆଣ୍ଟି ରୋମିଓ ସ୍କ୍ୱାର୍ଡ ମଧ୍ୟ ଆଜିଠାରୁ ପଦକ୍ଷେପ ନେବା ଆରମ୍ଭ କରିଛି | ସହରର ସ୍କୁଲ ଏବଂ କଲେଜ ସମ୍ମୁଖରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ପହଞ୍ଚି ରୋମିଓଗିରି କରୁଥିବା ଯୁବକମାନଙ୍କୁ ଚେତାବନୀ ଦେଇଥିଲେ | ଆହୁରି ମଧ୍ୟ, ଯେଉଁମାନେ ବିନା କାରଣରେ ସେଠାରେ ଠିଆ ହୋଇଥିଲେ, ସେମାନଙ୍କୁ କଠୋର ଚେତାବନୀ ଦେଇ ଘଉଡାଇ ଦିଆଯାଇଥିଲା |

ଏଥିସହିତ ଆଣ୍ଟି ରୋମିଓ ଟିମ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ବିଦ୍ୟାଳୟ ଓ କଲେଜ ବାହାରେ କେହି ରୋମିଓ କମେଣ୍ଟ ମାରୁଥିଲେ ବା ପିଛା କରୁଥିଲେ ତୁରନ୍ତ ଆଣ୍ଟି ରୋମିଓ ସ୍କ୍ୱାର୍ଡକୁ ଜଣାଇବାକୁ କୁହାଯାଇଛି | ତେବେ ଏହାକୁ ନେଇ କିଷାନଗଞ୍ଜ ଅଂଚଳରେ ରୋମିଓଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି |

ସମ୍ବନ୍ଧିତ ଖବର