ଦିଲ୍ଲୀରେ ପ୍ରଦୂଷଣ କମ କରିବା ପାଇଁ ଲଗାଗଲା ‘ଆଣ୍ଟି-ସ୍ମଗ୍’ ବନ୍ଧୁକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ପୁଣି ଅସମ୍ଭାଳ କରିଛି। ବୁଧବାର ସକାଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା କିଛି ସମୟ ପାଇଁ ଖରାପ ଶ୍ରେଣୀକୁ ଚାଲି ଯାଇଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ସକାଳ ୧୦ଟାରେ ପ୍ରତି ଘନ ମିଟରରେ ୨୨୫ମାଇକ୍ରୋଗ୍ରାମ୍ ରେକର୍ଡ କରାଯାଇଥିଲା। ଯାହାକି ଶ୍ୱାସକ୍ରିୟା ସମୟରେ ଫୁସଫୁସକୁ ଯିବାର ଅନେକ ଆଶଙ୍କା ରହିଛି। ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଦିଲ୍ଲୀର ବୃହତ ନିର୍ମାଣ ସ୍ଥଳରେ ଆଣ୍ଟି-ସ୍ମଗ୍ ବନ୍ଧୁକ ଲଗାଯାଇଛି।

ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିର ତଥ୍ୟ ଅନୁଯାୟୀ ଆନନ୍ଦ ବିହାରରେ ଏୟାର କ୍ବାଲିଟି ଇନଡେକ୍ସ ୨୬୦ ଏବଂ ରୋହିନୀରେ ୨୩୮ ଥିଲା। ଏହି ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ନିର୍ମାଣ ସ୍ଥଳରେ ଆଣ୍ଟି-ସ୍ମଗ୍ ବନ୍ଧୁକ ଲଗାଯାଇଛି।

 

ଦିଲ୍ଲୀରେ ସକାଳ ୧୦ଟାରେ ବାୟୁ ଏୟାର କ୍ବାଲିଟି ଇନଡେକ୍ସ ୨୦୭ଥିଲା | ଗତ ସୋମବାରକୁ ଏହା ୧୭୯ରେ ରହିଥିବା ସୂଚନା ମିଳିଛି। ତେବେ ବାୟୁ ଗୁଣବତ୍ତା ୦ ରୁ ୫୦ ମଧ୍ୟରେ ‘ଭଲ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ ରୁ ୨୦୦ ‘ମଧ୍ୟମ’, ୨୦୧ ରୁ ୩୦୦ ‘ଖରାପ’, ୩୦୧ ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ‘ଅତିରୁ ଅତି ଖରାପ’ ବୋଲି ବିବେଚନା କରାଯାଇଛି।
.
ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଙ୍ଗ ଆଣ୍ଡ ରିସର୍ଚ୍ଚରୁ ପ୍ରକାଶ ଯେ, ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ଏତେ ବଢ଼ି ଯାଇଥିଲା କି ବାୟୁ ଗୁଣବତ୍ତା ‘ଖରାପ’ ଶ୍ରେଣୀକୁ ଚାଲି ଯାଇଥିଲା।

ଦିଲ୍ଲୀର ତାପମାତ୍ରା ହ୍ରାସ ପାଇଥିବା ବି ରେକର୍ଡ କରାଯାଇଥିଲା। ବୁଧବାର ଦିନ ତାପମାତ୍ରା ସ୍ୱାଭାବିକଠାରୁ ତିନି ଡିଗ୍ରି କମ୍ ଅର୍ଥାତ ୧୮.୬ ଡିଗ୍ରି ସେଲସିୟସ ରହିଥିଲା।

ସମ୍ବନ୍ଧିତ ଖବର