ନୂଆଦିଲ୍ଲୀ: ଆପଣ କିଣୁଥିବା ଚିକେନ୍ ( କୁକୁଡା ମାଂସ)ରେ ଆଣ୍ଟିବାୟୋଟିକ୍ସ ଭର୍ତ୍ତି ଅଛି କି? ଆମ ଶରୀରରେ ତାହାର କଣ ପ୍ରଭାବ ପଡ଼ୁଛି ?
ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ)ର ଏକ ଗବେଷଣାରୁ ଜଣାପଡିଛି ଯେ ଚିକେନରେ ଆଣ୍ଟିବାୟୋଟିକର ୪୦ ପ୍ରତିଶତ ଆଣ୍ଟିବାୟୋଟିକ୍ସ ଅଂଶ ରହିଥାଏ । ମଣିଷର ଶରୀର ଉପରେ ଏହାର ସାଧାସଳଖ କୌଣସି ପ୍ରଭାବ ନଥିଲେ ବି ଏହା ଆମର ଆଣ୍ଟିବାୟୋଟିକ୍ସ ପ୍ରତିରୋଧକୁ ବଢାଇଚାଲିଛି । ଅର୍ଥାତ୍ ଚିକେନ ଖାଉଥିବା ଲୋକଙ୍କ ଚିକିତ୍ସା ସମୟରେ ଆଣ୍ଟିବାୟୋଟିକ୍ସର ଯେତିକି ପ୍ରଭାବ ରହିବା କଥା ସେତିକି ରହେ ନାହିଁ ।
ହ୍ବେନ ଦି ଡ୍ରଗ ଡୋଣ୍ଟ୍ ଓ୍ବାର୍କ ପୁସ୍ତକର ଲେଖକ ଲେଖିଛନ୍ତି ଯେ ଆଣ୍ଟିବାୟୋଟିକ୍ସ ପ୍ରତିରୋଧ ଓ ସୁପରବଗ୍ ଉପରେ ଥିବା ନିୟମକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ଖାଦ୍ୟ ପାଇଁ ବ୍ୟବହୃତ ଜୀବମାନଙ୍କ ବିଷୟରେ ଅଧିକ ସ୍ୱଚ୍ଛତା ରକ୍ଷା କରିବାର ଆବଶ୍ୟକତା ରହିଛି, ଯେ ସେମାନଙ୍କ ପାଳନ ପାଇଁ ଆଣ୍ଟିବାୟୋଟିକ୍ସ ବ୍ୟବହାର କରାଯାଉଛି କି ?
କୁକୁଡ଼ାକୁ ରୋଗରୁ ରକ୍ଷା କରିବା, ବଢିବା ଓ ଓଜନ ବଢାଇବା ପାଇଁ ଆଣ୍ଟିବାୟୋଟିକ୍ସ ବ୍ୟବହାର କରାଯାଏ । ଏଭଳି ପରିସ୍ଥିତିରେ ଏହାକୁ ଖାଇବା ଦ୍ୱାରା ଚିକେନରେ ଥିବା ଆଣ୍ଟିବାୟୋଟିକ ଶରୀରକୁ ସ୍ଥାନାନ୍ତରିତ ହୋଇଥାଏ, ଯାହା ନିଜର ସ୍ଥାନ ତିଆରି କରିଥାଏ ଏବଂ ମଣିଷ ଶରୀର ଏଥିରେ ଅଭ୍ୟସ୍ତ ହୋଇଯାଏ । ଏଥିସହିତ ଜଣେ ବ୍ୟକ୍ତି ଅସୁସ୍ଥ ହେଲେ ଆଣ୍ଟିବାୟୋଟିକ୍ସ ଶୀଘ୍ର ପ୍ରତିକ୍ରିୟା ଦେଇନଥାଏ ଏବଂ ତାଙ୍କୁ ଅଧିକ ମାତ୍ରା ଦିଆଯାଏ, ଯାହା ଶରୀର ପାଇଁ କ୍ଷତିକାରକ ହୋଇପାରେ ।