ମୁମ୍ବାଇରେ ୫ କରୋନା ରୋଗୀଙ୍କୁ ଆଣ୍ଟିବଡ଼ି କକ୍‌ଟେଲ୍‌ ଚିକିତ୍ସା, ଟ୍ରମ୍ପଙ୍କଠାରେ ଏହି ଉପଚାର ହୋଇଥିଲା

ମୁମ୍ବାଇ‌: ଭାରତରେ କରୋନା ରୋଗୀଙ୍କୁ ଏବେ ନୂଆ ଉପାୟରେ ଚିକିତ୍ସା କରାଯାଉଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କରୋନା ବେଳେ ଆଣ୍ଟିବଡି କକ୍‌‌ଟେଲ ଉପଚାର କରାଯାଇଥିଲା। ଭାରତରେ ଏହା ଉପଲବ୍ଧ ହେବାର ୫ ଦିନ ମଧ୍ୟରେ ମୁମ୍ବାଇରୁ ୫ ଜଣ ରୋଗୀଙ୍କୁ ଏଥିରେ ଚିକିତ୍ସା କରାଯାଇଛି। ଶୁକ୍ରବାର ରୋଗୀମାନଙ୍କୁ ଏହି ଔଷଧ ସେମାନଙ୍କ ଶୀରାରେ ଦିଆଯାଇଛି। ବା‌ନ୍ଦ୍ରାର ଲୀଲାବତୀ ହସ୍ପିଟାଲରେ ୨ ଜଣଙ୍କୁ ମୋନୋକ୍ଲୋନାଲ ଆଣ୍ଟିବଡ଼ି ଦିଆଯାଇଛି। ସେମାନଙ୍କ ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ ହେବ।

ସେହିଭଳି ସାନପଡ଼ାସ୍ଥିତ ଏମପିସିଟି ହସ୍ପିଟାଲରେ ଜଣେ ୪୦ ବର୍ଷ ବୟସ୍କ ରୋଗୀ ଏବଂ ଜଣେ ୭୪ ବର୍ଷ ବୟସ୍କ ରୋଗୀ ଯାହାଙ୍କର କିଡ୍‌ନି କାମ କରୁ ନଥିଲା ସେମାନଙ୍କୁ ଏହି ଔଷଧ ଦିଆଯାଇଛି। ପଞ୍ଚମ ରୋଗୀ ଜଣକଙ୍କର ବୟସ ୭୯ ବର୍ଷ। ସେହି ମହିଳା ଜଣକ ମଧୁମେହ ସମେତ ଅନ୍ୟ ଜଟିଳ ରୋଗରେ ପୀଡ଼ିତ ଅଛନ୍ତି। ଚେମ୍ବରସ୍ଥିତ ସୁରନା ହସ୍ପିଟାଲରେ ତାଙ୍କୁ ଏହି ଔଷଧ ଦିଆଯାଇଛି। ଏହି ଔଷଧର ଗୋଟିଏ ସଟ୍ ଦାମ୍ ପ୍ରାୟ ୬୦ ହଜାର ଟଙ୍କା। ଫାର୍ମା କମ୍ପାନି ରୋଚ୍ ଗତ ସୋମବାର ଏହି ଔଷଧକୁ ଭାରତରେ ଉପଲବ୍ଧ କରାଇଛି। କୋଭିଡ ରୋଗୀଙ୍କ କ୍ଷେତ୍ରରେ ଜରୁରୀ ପରିସ୍ଥିତିରେ ଏହି ଔଷଧର ଉପଯୋଗ କରାଯିବାକୁ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର