ନୂଆଦିଲ୍ଲୀ: ୧୦୦ଟଙ୍କାରେ ପର୍ସ କିଣି ୬ଲକ୍ଷରେ ବିକିଲେ ଯୁବତୀ। ଜଣେ ଯୁବତୀ ୨୦୨୧ରେ ଅନଲାଇନ ନିଲାମି ସମୟରେ ୧୦୦ଟଙ୍କା ଦେଇ ଏକ ପୁରୁଣା ପର୍ସ କିଣିଥିଲେ, ଯାହାକୁ ସେ ୨୦୨୩ରେ ୬ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଆମେରିକାର ଉତ୍ତର କାରୋଲିନାରେ ରହୁଥିବା ଚାଣ୍ଡଲର ୱେଷ୍ଟ ଏଭଳି କରିଥିବା ଟିକ୍ ଟକ୍ ଭିଡିଓରେ ଦାବି କରିଛନ୍ତି। ତାଙ୍କର ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭିଡିଓଟି ଏବେ ଭାଇରାଲ ହୋଇଛି।
aajtakଭାଇରାଲ ଭିଡିଓରେ ଚାଣ୍ଡଲର କହିଛନ୍ତି ଯେ, ଏକ ଅନଲାଇନ୍ ନିଲାମି ସମୟରେ ୧୯୨୦ ମସିହାର ଏକ ପର୍ସ କିଣିଥିଲି। ଏଥିପାଇଁ ମୋତେ ୧୦୧ଟଙ୍କା ଦେବାକୁ ପଡ଼ିଥିଲା। ପର୍ସଟି ପୁରୁଣା ଥିବାରୁ କେହି ଏହାକୁ କିଣିବାକୁ ଚାହୁଁନଥିଲେ। ତେଣୁ ମୋତେ ଏହା ୧୦୧ଟଙ୍କାରେ ମିଳିଯାଇଥିଲା। ପର୍ସ କିଣିବା ପରେ ମୁଁ ଏହାର ପ୍ରକୃତ ଦାମ୍ ଜାଣିବାକୁ ଚେଷ୍ଟା କରିଥିଲି। ଏଥିପାଇଁ ମୁଁ ଫେସବୁକର ସାହାଯ୍ୟ ନେଇଥିଲି। ଜଣେ ମୋତେ କହିଥିଲେ ଯେ ପର୍ସଟି ୧୯୨୦ଦଶକର ଦାମୀ ଫ୍ରେଞ୍ଚ ବ୍ରାଣ୍ଡ କାର୍ଟିଅରର ହୋଇପାରେ। ଏହା ପରେ ମୁଁ ଅନୁସନ୍ଧାନ କରିବାରୁ ପର୍ସଟି କାର୍ଟିଅରର ବୋଲି ଜଣାପଡ଼ିଥିଲା। ବ୍ୟାଗରେ ଅସଲି ହୀରା ଲାଗିଥିବା ଜାଣି ମୁଁ ଖୁସି ହୋଇଯାଇଥିଲି। ଏହା ପରେ ଚଳିତ ବର୍ଷ ଫେବ୍ରୁଆରିରେ ମୁଁ ଏହି ପର୍ସକୁ ପୁଣି ଥରେ ନିଲାମି ପାଇଁ ରଖିଥିଲି, ଯାହା ୬ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହେଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ସ-216.jpg)