ଆଣ୍ଟୋନିଓ ଗୁଟେରେସ୍‌ ପୁଣି ଜାତିସଂଘ ମହାସଚିବ ନିର୍ବାଚିତ

ନୂଆଦିଲ୍ଲୀ : ଆଣ୍ଟୋନିଓ ଗୁଟେରେସନ ଜାତିସଂଘ ମହାସଚିବ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ଅଧିବେଶନ ଦ୍ବାରା ତାଙ୍କୁ ଜାତିସଂଘ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ୨୦୧୭ରୁ ସେ ଜାତିସଂଘର ମହାସଚିବ ଥିଲେ। ପୁନଃ ନିର୍ବାଚନ ଦ୍ବାରା ସେ ପରବର୍ତ୍ତୀ ୫ ବର୍ଷ ପାଇଁ ପୁଣି ଜାତିସଂଘର ମହାସଚିବ ରହିବେ। ୨୦୦୫ରୁ ୨୦୧୫ ମଧ୍ୟରେ ସେ ଶରଣାର୍ଥୀଙ୍କ ପାଇଁ ଜାତିସଂଘ ହାଇକମିସନର ଭାବେ ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧିତ ଖବର