ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପିମ୍ପୁଡ଼ି। ଭୂଟାନ ରାଜକୁମାରଙ୍କୁ ଲଣ୍ଡନ ନେଇ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ ପିମ୍ପୁଡ଼ି ଥିବା ଦେଖି ଉଡ଼ାଣ ବାତିଲ କରାଯାଇଥିବା ଜଣାପଡ଼ିଛି। ପିମ୍ପୁଡ଼ି ମିଳିବା ପରେ ରାଜକୁମାରଙ୍କୁ ଅନ୍ୟ ଏବେ ବିମାନରେ ଲଣ୍ଡନ ପଠାଯାଇଥିବା ନେଇ ସୂଚନା ମିଳିଛି।
ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏୟାର ଇଣ୍ଡିଆ ବିମାନରେ ବାଦୁଡ଼ି ମିଳିଥିବାର ଖବର ଆସିସାରିଛି। ମେ' ୨୮ରେ ଏହି ଘଟଣା ଘଟିଥିଲା। ଦିଲ୍ଲୀରୁ ଉଡ଼ାଣ କରି ନେୱାର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ବିମାନରେ ବାଦୁଡ଼ି ଥିବା ନେଇ ଏୟାର ଇଣ୍ଡିଆ ପାଇଲଟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ ଜଣାଇବା ପରେ ଦିଲ୍ଲୀରୁ ନେୱାର୍କ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ପୁଣି ଦିଲ୍ଲୀ ଫେରିଥିଲା।
/sambad/media/post_attachments/97a516342b99dcd50489525fe5a19ff1df7956eb96e4fc38c26cb8a0f7f847e2.jpg)
ଏୟାର ଇଣ୍ଡିଆ ବିମାନ ନିର୍ଦ୍ଧାରିତ ସମୟ ଅନୁଯାୟୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ରୁ ରାତି ୨ଟା ୨୦ରେ ଉଡ଼ାଣ କରିଥିଲା | କିନ୍ତୁ ଉଡ଼ାଣର ଅଧା ଘଣ୍ଟା ପରେ ମଝି ଆକାଶରେ ବିମାନ ମଧ୍ୟରେ ବାଦୁଡ଼ି ଥିବା ଜଣା ପଡିଥିଲା | ଏ ବିଷୟରେ ଜାଣି ବିମାନର କ୍ୟାପଟେନ ବିମାନକୁ ପୁଣି ଥରେ ଦିଲ୍ଲୀ ଫେରାଇ ଆଣିବାକୁ ସ୍ଥିର କରିଥିଲେ।