ଛାତିରେ ଯନ୍ତ୍ରଣା ପରେ ବରିଷ୍ଠ ବଲିଉଡ୍ ଅଭିନେତା ଅନୁ କପୁର ହସପିଟାଲରେ ଭର୍ତ୍ତି

ମୁମ୍ବାଇ : ବଲିଉଡର ବରିଷ୍ଠ ଅଭିନେତା ଅନ୍ନୁ କପୁରଙ୍କ ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା, ଯାହା ପରେ ତାଙ୍କୁ ତୁରନ୍ତ  ସାର ଗଙ୍ଗାରାମ ହସପିଟାଲ ନିଆଯାଇଥିଲା । ତାଙ୍କୁ କାର୍ଡିଓଲୋଜୀ ଡିପାର୍ଟମେଣ୍ଟ (ହୃଦରୋଗ ବିଭାଗ)ର ଡାକ୍ତରମାନେ ଚିକିତ୍ସା କରୁଛନ୍ତି । ହସପିଟାଲ ପକ୍ଷରୁ ଜାରି ବୁଲେଟିନ ଅନୁସାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେ ସୁସ୍ଥ ହେଉଛନ୍ତି । ତାଙ୍କୁ ଏକ ଡାକ୍ତରୀ ଦଳ ପକ୍ଷରୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ଡଃ ସୁଶାନ୍ତ ଓ୍ବାଟ୍ଟାଲ ତାଙ୍କର ଚିକିତ୍ସା କରୁଛନ୍ତି ।

ବଲିଉଡରେ ଅନେକ ସ୍ମରଣୀୟ ଓ ହିଟ୍ ଚଳଚ୍ଚିତ୍ରରେ ନିଜ ଅଭିନୟ ପାଇଁ ସେ ପରିଚିତ । ସେସବୁ ଚଳଚ୍ଚିତ୍ର ମଧ୍ୟରେ ରହିଛି ମିଃ ଇଣ୍ଡିଆ, ତେଜାବ, ଘାୟଲ, ରାମ ଲଖନ, ଡର ଇତ୍ୟାଦି । ୯୦ ଦଶକରେ ଟିମରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ଅନ୍ତାକ୍ଷରୀରେ ସେ ଉପସ୍ଥାପକ ଭାବେ କାମକରି ନାଁ କମାଇଥିଲେ । ୨୦୧୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଭିକ୍କି ଡୋନର, ୨୦୧୭ରେ ରିଲିଜ ହୋଇଥିବା ଜଲି ଏଲଏଲବି-୨ରେ ସେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ । ଗତ ୨୦୨୧ରେ ଅମିତାଭ ବଚ୍ଚନଙ୍କ ସହ ସେ ଚେହରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

 

ସମ୍ବନ୍ଧିତ ଖବର