ସୋନାଙ୍କ ଅଭିଯୋଗ ଭିତ୍ତିରେ ‘ଇଣ୍ଡିଆନ୍ ଆଇଡଲ୍’ରୁ ବାଦ୍ ପଡ଼ିବା ପରେ ନିଜର ପ୍ରତିକ୍ରିୟା ରଖିଲେ ଅନୁ ମଲିକ
ମୁମ୍ବାଇ: ଗାୟିକା ସୋନା ମହାପାତ୍ରଙ୍କ ଅଭିଯୋଗ ଭିତ୍ତିରେ ସୋନି ଟିଭି ଦ୍ବାରା ପ୍ରଯୋଜିତ ସଂଗୀତ ରିୟଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍’ର ସିଜିନ-୧୧ରୁ ବିଦା ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସଂଗୀତ ନିଦ୍ଦେର୍ଶକ ଅନୁ ମଲିକ। ସେ କହିଛନ୍ତି କି ଏହି ମିଉଜିକ୍ ରିୟଲିଟି ସୋ’ରୁ ସେ ନିଜେ ହିଁ ବାହାରି ଯାଇଛନ୍ତି, ତାଙ୍କୁ ବାହାର କରାଯାଇ ନାହିଁ। ପୂର୍ବରୁ ଅନୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଛ ଓ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଥିଲେ।
— Anu Malik (@The_AnuMalik) November 14, 2019
୨୦୧୮ ମସିହାରେ ଗାୟିକା ସୋନା ମହାପାତ୍ରଙ୍କ ସମେତ ଅନ୍ୟ କେତେ ଜଣ ବଲିଉଡ୍ ସଂଗୀତ କଳାକାର ମିଶି ଅନୁ ମଲ୍ଲିକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।
A victory for those campaigning for his resignation from #IndianIdol pending an inquiry following multiple allegations of sexual harassment. @sonamohapatra was spearheading this. #MeToo https://t.co/8XJDnAWZtR
— #MeTooIndia (@IndiaMeToo) November 21, 2019
ଯାହାବି ହେଉ, ‘ଇଣ୍ଡିଆନ୍ ଆଇଡଲ୍’ ସିଜିନ୍-୧୧ରୁ ଅନୁଙ୍କ ବାଦ୍ ପଡ଼ିବା ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଅଭିଯୋଗକାରିଣୀ ସୋନା ମହାପାତ୍ର। ସୋନା ଏହାକୁ ଏକ ପ୍ରକାରର ବିଜୟ ବୋଲି କହିବା ସହ ପ୍ରଶଂସକମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି।