ଅନୁଗୁଳ ଜିଲ୍ଲାରେ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲା : ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଅନୁଗୁଳ ଜିଲ୍ଲାରେ ଦୁଷ୍କର୍ମ ଓ ଯୌନ ନିର୍ଯାତନା ସମ୍ପର୍କିତ ମାମଲାରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) ଅନୁଗୁଳ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟରେ ପୀଡ଼ିତାମାନଙ୍କର ଡାକ୍ତରୀ ଚିକିତ୍ସା, ସେମାନଙ୍କର କାଉନ୍‌ସେଲିଂ ଏବଂ କ୍ଷତିପୂରଣ ବାବଦରେ ଉଲ୍ଲେଖ ଲାଗି କୁହାଯାଇଛି। ସୁପ୍ରିମ୍‌ କୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଅନୁଗୁଳ ଜିଲ୍ଲାରେ ୩ଟି ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲା ସମ୍ପର୍କରେ ଏନ୍‌ଏଚ୍‌ଆର୍‌ସିରେ ପିଟିସନ୍‌ ଦାଖଲ କରାଯାଇଥିଲା। ନିର୍ଭୟା ଯୋଜନା ଅନ୍ତର୍ଗତ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ କରାନଯିବା ଏବଂ ମାନବାଧିକାର ଆଇନର ବ୍ୟବସ୍ଥା ଆଧାରରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେବା ପରେ କମିସନ୍‌ ଏସ୍‌ପିଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର