ଚର୍ଚ୍ଚାରେ ଅନୁପ୍‌-ଜସଲିନ୍‌ ପ୍ରେମ:ବିଗ୍‌ ବସ୍‌ ୧୨

ନୂଆଦିଲ୍ଲୀ: ବିଗ୍‌ ବସ୍‌ର ଦ୍ୱାଦଶ ସଂସ୍କରଣରେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏବେ ପୁଣିଥରେ ଟିଭି ପରଦାକୁ ଫେରିଛନ୍ତି। ଏହି ବିଗ୍‌ ବସ୍‌ ସୋ’ରେ ଏଥର ସବୁଠୁ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି ଲୋକପ୍ରିୟ ଭଜନ ସଂଗୀତଜ୍ଞ ଅନୁପ ଜାଲୋଟା ଏବଂ ବାନ୍ଧବୀ ଜସଲିନ୍‌ ମଥାରୁ। ୬୫ ବର୍ଷୀୟ ଅନୁପ୍‌ଙ୍କଠାରୁ ଜସଲିନ୍‌ ବୟସରେ ୩୭ ବର୍ଷ ସାନ। ୨୮ ବର୍ଷୀୟା ଜସଲିନ୍‌ ହେଉଛନ୍ତି ଅନୁପ୍‌ଙ୍କ ଛାତ୍ରୀ। କିନ୍ତୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଛି। ଜସଲିନ୍‌ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଅନୁପ୍‌ଙ୍କ ସହ ତାଙ୍କର ୩ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ଧରି ସମ୍ପର୍କ ରହିଛି। ଏବେ ଅନୁପ୍‌- ଜସଲିନ୍‌ଙ୍କ ସମ୍ପର୍କକୁ ନେଇ ସୋସିଆଲ୍‌ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅନେକ ଉଭୟଙ୍କ ସମ୍ପର୍କକୁ ସମାଲୋଚନା ଆରମ୍ଭ କରିଦେଇଛନ୍ତି। କିନ୍ତୁ ଜସଲିନ୍‌ କହିଛନ୍ତି, ସେ ସମସ୍ତ ପ୍ରକାର ସମାଲୋଚନା ସାମ୍ନା କରିବା ପାଇଁ ପ୍ରସ୍ତୁତ। ସେପଟେ ଜସଲିନ୍‌ଙ୍କ ସମ୍ପର୍କରେ ଏଭଳି କଥା ଟିଭି ପରଦାରେ ଦେଖି ତାଙ୍କ ବାପା ମା’ ଚକିତ ହୋଇଛନ୍ତି। ଜସଲିନ୍‌ଙ୍କ ପିତା କେଶର ମଥାରୁ କିନ୍ତୁ ନିଜ ଝିଅକୁ ସମର୍ଥନ କରି କହିଛନ୍ତି ଯେ ଅନଲାଇନ୍‌ରେ ଯାହାସବୁ ଚାଲିଛି ସେଥିରେ କିଛି ଫରକ ପଡ଼େନାହିଁ। ମୋ ଝିଅ ଭଲ ଗୀତ ଗାଏ। ସେ ବଲିଉଡ୍‌ ଗାୟକଙ୍କ ସହ ଅନେକ ଷ୍ଟେଜ୍‌ ସୋ କରିଛି। ତେଣୁ ଏଭଳି ଶସ୍ତା ଲୋକପ୍ରିୟତାର କିଛି ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର