ମନମୋହନ ସିଂହଙ୍କୁ ଭୁଲ ଭାବିଥିଲି: ଅନୁପମ୍‌ ଖେର୍‌

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ‘ଦ ଆକ୍ସ‌ିଡେଣ୍ଟାଲ୍‌ ପ୍ରାଇମ୍‌ମିନିଷ୍ଟର୍‌’ରେ ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅନୁପମ୍‌ ଖେର୍‌ ଆଜି ଫିଲ୍ମ ବାବଦରେ ଅନେକ ମହତ୍ତ୍ବପୂର୍ଣ୍ଣ କଥା କହିଛନ୍ତି। ସୁଟିଂ ସେଟ୍‌ର କିଛି ଭିଡିଓ ଟ୍ବିଟର୍‌ରେ ପୋଷ୍ଟ କରି ସେ କହିଛନ୍ତି, ‘‘ବର୍ଷେ ହେଲା ଫିଲ୍ମର ସୁଟିଂ ଚାଲିଥିଲା। ଆଜି ଶେଷ ଦିନ ଥିଲା। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନେଇ ମୋର ଭୁଲ ଧାରଣା ଥିଲା। କିନ୍ତୁ ଏବେ ତାହା ଦୂର ହୋଇଯାଇଛି। ଏବେ ମୁଁ ନିଶ୍ଚିତ ଯେ ଇତିହାସ ମଧ୍ୟ ତାଙ୍କୁ ଭୁଲ ଭାବିପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ଅନ୍ତିମ ଦିନ ସୁଟିଂରେ ଫିଲ୍ମରେ ସୋନିଆ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିବା ଜର୍ମାନୀ ଜନ୍ମିତ ଅଭିନେତ୍ରୀ ସୁଜାନ୍‌ ବର୍ନେଟ୍‌ଙ୍କ ସହିତ କଥାବାର୍ତ୍ତା ହେବାର କିଛି ଦୃଶ୍ୟ ଅନୁପମ୍‌ ଖେର୍‌ ସେୟାର କରିଛନ୍ତି। ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୨୧ରେ ମୁକ୍ତିଲାଭ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର