କରୋନା ଆକ୍ରାନ୍ତ ହେଲେ ଅନୁପମ ଖେରଙ୍କ ମା’ ଏବଂ ଭାଇ-ଭାଉଜ, ଚିକିତ୍ସା ପାଇଁ ହେଲେ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ : ବଲିଉଡ ଅଭିନେତା ବିଗ ବି ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ଏବେ ଅଭିନେତା ଅନୁପମ ଖେରଙ୍କ ମା’ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ତାଙ୍କ ମା’ଙ୍କ ସମେତ ତାଙ୍କ ଭାଇ, ଭାଉଜ ଏବଂ ଝିଆରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ଟୁଇଟ କରି ଜଣାଇଛନ୍ତି ଅଭିନେତା ଅନୁପମ ଖେର | ସମସ୍ତଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ସମସ୍ତଙ୍କ ପାଖରେ ସାମାନ୍ୟ ଲକ୍ଷଣ ଥିବା କଥା ପ୍ରକାଶ କରିଛନ୍ତି ଅନୁପମ ଖେର | କରୋନା ଆକ୍ରାନ୍ତ ବୋଲି ଜଣା ପଡିବା ପରେ ସମସ୍ତଙ୍କୁ ଏବେ ଚିକିତ୍ସା ପାଇଁ କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ତେବେ ଅନୁପମ ଖେରଙ୍କ ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସେ ସୂଚନା ଦେଇଛନ୍ତି |

ସେ କରିଥିବା ଟୁଇଟରେ ଲେଖା ଯାଇଛି ଯେ, “ମୋ ମା’ ଦୁଲାରୀ ଦେବୀ ସାମାନ୍ୟ ଲକ୍ଷଣ ସହ କରୋନା ଆକ୍ରାନ୍ତ ହୋଇଛନ୍ତି | ଆମେ ତାଙ୍କୁ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରିଛୁ। ମୋର ଭାଇ, ଭାଉଜ ଏବଂ ଝିଆରୀ ମଧ୍ୟ ସାମାନ୍ୟ ଲକ୍ଷଣ ସହ କରୋନା ଆକ୍ରାନ୍ତ ହୋଇଛନ୍ତି । ମୁଁ ମଧ୍ୟ ନିଜର ପରୀକ୍ଷା କରାଇଥିଲି, କିନ୍ତୁ ମୋ ରିପୋର୍ଟ ନେଗେଟିଭ ଆସିଛି | ଏ ନେଇ  ବିଏମସିକୁ ସୂଚିତ କରାଯାଇଛି | “

ସମ୍ବନ୍ଧିତ ଖବର