ଝିଅ ବୋଲି ଦାବି କରୁଥିବା ମହିଳାଙ୍କ ବୟାନକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲ

ମୁମ୍ବାଇ: କେରଳର କରମାଲା ମୋଡେକ୍ସ ନାମ୍ନୀ ମହିଳା ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲଙ୍କ ଝିଅ ବୋଲି ଗତ ସପ୍ତାହରେ ଦାବି କରିବା ପରେ ଏହି ଖବର ଚର୍ଚ୍ଚାରେ ରହିଛି। କେବଳ ଏତିକି ନୁହେଁ, ଇତିମଧ୍ୟରେ କରମାଲା ନିଜକୁ ଅନୁରାଧା ପୋଡଓ୍ଵାଲଙ୍କ ଝିଅ ବୋଲି ପ୍ରମାଣ କରିବା ପାଇଁ କୋର୍ଟରେ ଆବେଦନ ବି କରିଛନ୍ତି। କରମାଲା ମୋଡେକ୍ସଙ୍କ ଏହି ଆବେଦନକୁ କୋର୍ଟ ଗ୍ରହଣ କରି ଅନୁରାଧା ପୋଡଓ୍ଵାଲାଙ୍କୁ ତାଙ୍କ ଦୁଇ ପିଲାଙ୍କ ସହିତ ଜାନୁଆରି ୨୭ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Image result for anuradha-paudwal-denies-the-claim-of-kerala-woman
India.com

ଏବେ ଏହି ଘଟଣାକୁ ନେଇ ଅନୁରାଧା ପୋଡଓ୍ଵାଲ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କରମାଲା ମୋଡେକ୍ସଙ୍କ ଦାବି ସଂପୂର୍ଣ୍ଣ ମିଥ୍ୟା । ମୁଁ ଏହାକୁ ଅସ୍ବୀକାର କରୁଛି । ସେ ଏମିତି କରିବା ଦ୍ୱାରା ସମାଜରେ ମୋର ସମ୍ମାନକୁ ଆଞ୍ଚ ଆସୁଛି। ତାଙ୍କୁ ଏପରି କରିବାର କୌଣସି ଅଧିକାର ନାହିଁ। ସେ ଏପରି କାହିଁକି କରୁଛନ୍ତି?’

ଅନୁରାଧା ପୋଡଓ୍ଵାଲଙ୍କ ମୁଖପାତ୍ରଙ୍କ କହିବାନୁସାରେ, ଅନୁରାଧାଙ୍କ ଝିଅର ଜନ୍ମ ୧୯୭୪ ମସିହାରେ ହୋଇଥିଲା। ତେଣୁ ଏଭଳି ଅଭିଯୋଗ ଆଣିଥିବା କରମାଲା ମୋଡେକ୍ସଙ୍କ ଦାବି ସମ୍ପୂର୍ଣ୍ଣ ଭୁଲ ଅଟେ। ଅଭିଯୋଗକାରୀ ମହିଳା ଅନୁରାଧାଙ୍କ ସ୍ୱାମୀଙ୍କୁ ବି ଉଲ୍ଲେଖ କରିଛନ୍ତି। କିନ୍ତୁ ତାଙ୍କୁ ଜଣା ନାହିଁ କି ଅନୁରାଧାଙ୍କ ସ୍ୱାମୀଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଛି। ଯଦି ବାସ୍ତବରେ ସେ ଅନୁରାଧାଙ୍କ ଝିଅ ତେବେ ସେ ଅନୁରାଧାଙ୍କ ଠାରୁ ୫୦କୋଟି ଟଙ୍କା କାହିଁକି ଦାବି କରୁଛନ୍ତି?

Image result for anuradha-paudwal-denies-the-claim-of-kerala-woman
Times of India

କେରଳର ତିରୁବନନ୍ତପୁରମରେ ରହୁଥିବା କରମାଲା ମୋଡେକ୍ସ ଏବେ ଜିଲ୍ଲା ପରିବାର ଅଦାଲତରେ ଏ ନେଇ ଏକ ମାମଲା ଦାୟର କରିଛନ୍ତି। ଯେଉଁଥିରେ ସେ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲଙ୍କ ଝିଅ ବୋଲି ନିଜକୁ ଦାବି କରିଛନ୍ତି। ଜନ୍ମ ହେବାର ୪ଦିନ ପରେ ଅନୁରାଧା କରମାଲାଙ୍କୁ କେରଳର ପୋନ୍ନାଚନ ଓ ଏଗ୍ନସଙ୍କ ହାତକୁ ଟେକି ଦେଇଥିବା ସେ କହିଛନ୍ତି।

Image result for anuradha-paudwal-denies-the-claim-of-kerala-woman
Ritz Magazine

ଜାତୀୟ ଗଣମାଧ୍ୟମ  ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ କରମାଲା କହିଛନ୍ତି କି, ପାଖାପାଖି ୪-୫ବର୍ଷ ପୂର୍ବେ ମୋର ପାଳିତ ବାପା ପୋନ୍ନାଚନ ମୋତେ ମୋର ଅସଲ ମା’ ଅନୁରାଧା ପେଡୱାଲ ବୋଲି କହିଥିଲେ। ମୋର ପାଳିତ ବାପା ମହାରାଷ୍ଟ୍ର ସେନାରେ ମୁତୟନ ଥିବା ବେଳେ ଅନୁରାଧା ପେଡୱାଲଙ୍କ ସହ ତାଙ୍କର ଭଲ ବନ୍ଧୁତା ଥିଲା। ମୁଁ ଜନ୍ମ ହେବା ପରେ ଅନୁରାଧା ପେଡୱାଲ ମୋତେ ପୋନ୍ନାଚନଙ୍କ ହାତକୁ ଟେକି ଦେଇଥିଲେ।

ସମ୍ବନ୍ଧିତ ଖବର