ମୁସଲିମ ଦେଶମାନଙ୍କରେ ଲାଉଡସ୍ପିକରରେ ଆଜାନ ପାଇଁ ଅନୁମତି ନାହିଁ, ଭାରତରେ କାହିଁକି ବଜାଇବାକୁ ଅନୁମତି ମିଳୁଛି: ଅନୁରାଧା ପୌଡ଼ୱାଲ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମହାରାଷ୍ଟ୍ର ଏବଂ ମୁମ୍ବାଇର ମସଜିଦ ଉପରେ ଲଗାଯାଇଥିବା ଲାଉଡସ୍ପିକରରେ ଆଜାନକୁ ବିରୋଧ କରୁଥିବାରୁ ଏହାକୁ ନେଇ ବିତର୍କ ତୀବ୍ର ହୋଇଛି। ଏହି ସମୟରେ ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡ଼ୱାଲ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୁଁ ଦୁନିଆର ଅନେକ ସ୍ଥାନକୁ ଯାଇଛି। ମୁଁ କୌଣସିଠାରେ ବି ଏଭଳି ଦେଖିନାହିଁ, ଯେଭଳି ଭାରତରେ ହେଉଛି | ମୁଁ କୌଣସି ଧର୍ମର ବିରୋଧୀ ନୁହେଁ, କିନ୍ତୁ ଏହାକୁ ଭାରତରେ ଜବରଦସ୍ତ ପ୍ରୋତ୍ସାହିତ କରାଯାଉଛି। ଏହି କାରଣରୁ, ଅନ୍ୟ ସମ୍ପ୍ରଦାୟମାନେ ପ୍ରଶ୍ନ ଉଠାନ୍ତି ଯେ ଯଦି ସେମାନେ ଲାଉଡସ୍ପିକର ବ୍ୟବହାର କରିପାରିବେ, ତେବେ ଆମେ କାହିଁକି କରିପାରିବୁ ନାହିଁ।

ଅନୁରାଧା ପୌଡ଼ୱାଲ କହିଛନ୍ତି, ‘ମୁଁ ମଧ୍ୟ ପୂର୍ବର ଦେଶକୁ ମଧ୍ୟ ଯାଇଛି। ଯେଉଁଠାରେ ଲାଉଡସ୍ପିକର ମାଧ୍ୟମରେ ଅଜାନ ପରିବେଷଣ ଉପରେ ନିଷେଧାଦେଶ ଅଛି | ଯେତେବେଳେ ମୁସଲମାନ ଦେଶମାନେ ମଧ୍ୟ ଏହାକୁ ଅନୁମତି ଦେଉନାହାନ୍ତି ତେବେ ଭାରତରେ ଏହାର ଆବଶ୍ୟକତା କ’ଣ? ‘ ସେ କହିଛନ୍ତି ଯେ ଯଦି ଏହି ପରମ୍ପରା ଜାରି ରହେ, ତେବେ ଅନ୍ୟ ଲୋକମାନେ ଲାଉଡସ୍ପିକରରେ ହନୁମାନ ଚାଳିଶା ବଜାଇବା ଆରମ୍ଭ କରିବେ |

ଅନୁରାଧା କହିଛନ୍ତି ଯେ ଭାରତର ଯୁବପିଢିଙ୍କୁ ଦେଶର ସଂସ୍କୃତି ବିଷୟରେ ଶିକ୍ଷା ଦିଆଯିବା ଉଚିତ୍। ସେ କହିଛନ୍ତି ଯେ ଯୁବପିଢ଼ିଙ୍କୁ ଭାରତର ଇତିହାସ ଏବଂ ସଂସ୍କୃତି ବିଷୟରେ ଅବଗତ କରାଇବା ବରିଷ୍ଠମାନଙ୍କ ଦାୟିତ୍ୱ ରହିଛି | ସୂଚନା ଥାଉ କି କିଛିଦିନ ତଳେ ଏମଏନଏସ ମୁଖ୍ୟ ରାଜ ଠାକରେ କହିଥିଲେ ଯେ, ‘ମୁଁ ବର୍ତ୍ତମାନ ଚେତାବନୀ ଦେଉଛି ଲାଉଡସ୍ପିକରକୁ ହଟାନ୍ତୁ ନଚେତ୍ ମୁଁ ମସଜିଦ ସମ୍ମୁଖରେ ଲାଉଡସ୍ପିକର ରଖି ହନୁମାନ ଚାଳିଶା ବଜାଇବି’ |

ସମ୍ବନ୍ଧିତ ଖବର