ଜାମିଆ ଛାତ୍ରଙ୍କ ରାଲିରେ ଗୁଳି ଚାଳନା ପରେ ମୋଦୀ ଓ ଶାହାଙ୍କୁ ଟାର୍ଗେଟ କଲେ ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପ
ନୂଆଦିଲ୍ଲୀ: ସିଏଏ ଓ ଏନଆରସିକୁ ନେଇ ଦୀର୍ଘ ଦିନ ହେବ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ତେବେ ଆଜି ବିରୋଧ ପ୍ରଦର୍ଶନ ସମୟରେ ଦିନ ଦ୍ୱିପ୍ରହରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ଜଣେ ଯୁବକ। ଆଉ ଏଥିରେ ବିରୋଧ ପ୍ରଦର୍ଶନ କରୁଥିବା ଶାଦାବ ନାମକ ଏକ ଯୁବକ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣା ପରେ ମୋଦୀ ସରକାରଙ୍କୁ ଘେରିଛନ୍ତି ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ଏକାଧିକ ଟ୍ୱିଟ୍ କରି ମୋଦୀ ଓ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ଅନୁରାଗ ।
Sambad is now on WhatsApp
Join and get latest news updates delivered to you via WhatsApp
यह सरकार साफ़ साफ़ कह रही की जय श्रीराम और भारत माता की जय बोल के , हिंदुत्व के नाम ओर जो चाहे करो , मारो , काटो , हम कुछ नहीं होने देंगे । अब ही शक है की सरकार और पार्टी ही आतंकवाद पैदा कर रहे हैं ?
— Anurag Kashyap (@anuragkashyap72) January 30, 2020
ଅନୁରାଗ ଟ୍ୱିଟ୍ କରି ଲେଖିଛନ୍ତି, ଏହି ସରକାର ସଫା ସଫା କହୁଛି ଜୟ ଶ୍ରୀରାମ ଓ ଭାରତ ମାତା କି ଜୟ ବୋଲି କହି ହିନ୍ଦୁତ୍ୱଙ୍କ ନାଁରେ ଯାହା କରୁଛ କର, ମାର ବା କାଟ, ଆମେ କିଛି କହିବୂନାହିଁ । ଏଥିରେ କୌଣସି ସନ୍ଦେହ ଅଛି ଏହି ସରକାର ଓ ଦଳ ଦେଶରେ ଆତଙ୍କବାଦୀଙ୍କୁ ଜନ୍ମ ଦେଉଛନ୍ତି ? ଅନ୍ୟ ଏକ ଟ୍ୱିଟରେ ଅନୁରାଗ ଲେଖିଛନ୍ତି, ସବୁ ହିନ୍ଦୁତ୍ୱ ଆତଙ୍କବାଦୀଙ୍କୁ ଲାଗୁଛି ଯେ ସେମାନେ ହିଁ ଦେଶଭକ୍ତ । ଗତ ୬ ବର୍ଷ ହେବ ମୋଦୀ, ଶାହା ଓ ବିଜେପି ଏହାକୁ ହିଁ ହାସଲ କରିଛନ୍ତି । ସେଥିପାଇଁ ଅଭିନନ୍ଦନ ।
और कमाल की बात यह कि इन सारे हिंदुत्व आतंकवादियों को लगता है वो देशभक्त हैं । यह achieve किया है @narendramodi @AmitShah और @BJP4India ने पिछले ६ सालों में । मुबारक हो #टुकड़ेटुकड़ेभाजपा
— Anurag Kashyap (@anuragkashyap72) January 30, 2020
ଏହାପୂର୍ବରୁ ଅନୁରାଗ ଟ୍ୱିଟ୍ କରି କହିଥିଲେ ଯେ, ବିଜେପିର ଜଣେ ପ୍ରଭାବଶାଳୀ ନେତା ତାଙ୍କୁ ଫୋନ୍ କରି କହିଥିଲେ ଦଳରେ ଅମିତ ଶାହାଙ୍କ କାର୍ଯ୍ୟକଳାପରେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ଦଳରେ ଶାହା ସେହିଭଳି ଶାସନ ଚଳାଉଛନ୍ତି ଯେଉଁଭଳି ବାହାରେ ଚାଲିଛି । ଏହାସହ ସରକାର ବିରୋଧରେ ସ୍ୱର ଉଠାଉଥିବାରୁ ମୋତେ ଧନ୍ୟବାଦ ମଧ୍ୟ ଦେଇଥିଲେ ବୋଲି କହିଛନ୍ତି ଅନୁରାଗ ।
ଗତ କିଛି ଦିନ ହେବ ଅନୁରାଗ କଶ୍ୟପ ସିଏଏ ଓ ଏନଆରସିକୁ ନେଇ ସରକାରଙ୍କୁ ବିରୋଧ କରିବା ସହ ବିଭିନ୍ନ ପ୍ରଦର୍ଶନରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି । ଖାସିକରି ଜାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଆକ୍ରମଣ ପରେ ସୋସିଆଲ ମିଡିଆରେ ମୋଦି ସରକାରକୁ ଟାର୍ଗେଟ କରୁଛନ୍ତି ଅନୁରାଗ ।