ଝିଅକୁ ଦୁଷ୍କର୍ମର ଧମକ ଦେଇଥିବା ଟ୍ରୋଲର ବିରୋଧରେ ଏତଲା ଦେବାପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଲେ ଅନୁରାଗ କଶ୍ୟପ
ମୁମ୍ବାଇ : ମେ’ ୨୩ତାରିଖରେ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳର ଆସିବା ପରେ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଜିତିବା ଖବର ଆସିବା ପରେ ଅନୁରାଗ କଶ୍ୟପ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦୀଙ୍କ ଜଣେ ସମର୍ଥକ ତଥା ଟ୍ରୋଲର ତାଙ୍କ ଝିଅକୁ ଦୁଷ୍କର୍ମର ଧମକ ଦେଇଥିବା ଲେଖି ଟୁଇଟ୍ କରିଥିଲେ ଅନୁରାଗ । ଏହା ସହ ଏଭଳି ପରିସ୍ଥିତି ସହ କିଭଳି ମୁକାବିଲା କରିବା ଦରକାର ସେ ମୋଦୀଙ୍କୁ ପଚାରିଥିଲେ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଅନୁରାଗ ଉକ୍ତ ଟ୍ରୋଲରଙ୍କ ବିରୋଧରେ ଏତଲା ରୁଜ୍ଜୁ କରାଯିବାପରେ ଟୁଇଟ୍ କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି।
Anyways I want to thank @MumbaiPolice @MahaCyber1 @Brijeshbsingh for helping me with filing the FIR . Thank you so much for the amazing support and starting the process .Thank you @Dev_Fadnavis and thank you @narendramodi Sir. As a father I am more secure now .
— Anurag Kashyap (@anuragkashyap72) 26 May 2019
ଏଠାରେ ସୂଚନାଯୋଗ୍ୟ ଯେ ଅଭିନେତ୍ରୀ ପାୟଲ ରୋହତଗୀ ଏହି ପ୍ରସଙ୍ଗରେ ପ୍ରଥମେ ଟୁଇଟ୍ କରି କହିଥିଲେ, ମୋଦୀଙ୍କୁ ନେଇ ଲୋକମାନଙ୍କ ମନରେ ଘୃଣାଭାବ ସୃଷ୍ଟି କରିବା ପାଇଁ ନିଜ ଝିଅର ବ୍ୟବହାର କରନ୍ତୁ ନାହିଁ । ନେଟ୍ଫ୍ଲିକ୍ସରେ ଫିଲ୍ମ ତିଆରି କରୁଥିବା ଲୋକେ ନିଜ ମନରେ ଏତେ ଘୃଣାଭାବ ଭରି ସାରିଲେଣି, ଯାହାଦ୍ୱାରା ସେମାନେ ହିନ୍ଦୁ ଧର୍ମ ଏବଂ ମୋଦୀଜୀଙ୍କ ବିରୋଧରେ ମିଛ ପୋଷ୍ଟ କରିବା ଆରମ୍ଭ କରିଛନ୍ତି । କୌଣସି ବାପା କେବେ ଏମିତି କରି ପାରେ କି?
ସୂଚନା ମୁତାବକ, ଟୁଇଟ୍ରେ ରାମସାଙ୍ଘୀ ନାମକ ଜଣେ ଯୁବକ ଅନୁରାଗଙ୍କ ଝିଅକୁ ମେସେଜ କରି ଦୁଷ୍କର୍ମ କରିବାର ଧମକ ଦେଇଥିଲେ, ଯାହାର ସ୍କ୍ରିନ୍ସଟ୍ ନେଇ ଅନୁରାଗ କଶ୍ୟପ ଟୁଇଟ୍ କରିବା ସହ, “ସାର୍ ଆମକୁ ଟିକେ କୁହନ୍ତୁ, ଏଭଳି ଯୁବକମାନଙ୍କର ସାମ୍ନା ଆମେ କେମିତି କରିବୁ । ଯେଉଁମାନେ ମୋ ଝିଅକୁ ଦୁଷ୍କର୍ମ କରିବାର ଧମକ ଦେଇ ଆପଣଙ୍କ ଐତିହାସିକ ସଫଳତାକୁ ପାଳନ କରୁଛନ୍ତି” ବୋଲି ଲେଖିଥିଲେ ଅନୁରାଗ ।